Breaking News

ଜାଗେଶ୍ୱରୀ ସେବା ସମବାୟ ସମିତି ବୈଠକ

ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ସ୍ଥିତ ଜାଗେଶ୍ୱରୀ ସେବା ସମବାୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପର୍ଶୁରାମ ବିଶ୍ୱାଳଙ୍କ ସଭାପତିତ୍ୱରେ  ଆୟୋଜିତ ଏହି ବୈଠକରେ ଚାଷୀଙ୍କ ସ୍ୱାର୍ଥ,  ସମିତିର ନୂତନ ସଭ୍ୟ ଗ୍ରହଣ ତ୍ୱରାନ୍ୱିତ କରିବା, ସମିତିର ପୁରୁଣା ଗୃହ ତୁରନ୍ତ ମରାମତି କରିବା ଓ ପୁରୁଣା ଋଣ ଅର୍ଥର ସୁଧ ଅସୁଲ କରିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା ।  ସମବାୟ ସମିତିରେ  ଜଣେ ସ୍ଥାୟୀ ସମ୍ପାଦକ ନିଯୁକ୍ତି ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ  ଆଲେଚନା କରାଯାଇଥିଲା  । ଅଳଗୁମ ଜାଗେଶ୍ୱରୀ ସେବା ସମବାୟ ସମିତି ବହୁ ପୁରୁଣା ଅନୁଷ୍ଠାନ ହୋଇଥିଲେ ହେଁ ଏଠାରେ ଜଣେ ସ୍ଥାୟୀ ସମ୍ପାଦକ ନାହାନ୍ତି । ଜଣେ କାମଚଳା ସମ୍ପାଦକଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯାଉଛି । ଫଳରେ ସମିତିର ନିୟମିତ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସଭ୍ୟମାନେ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସମ୍ପାଦକ ଦାୟିତ୍ୱରେ ଥିବା ଜୟନ୍ତ ରଥଙ୍କ ବଦଳରେ ଜଣେ ସ୍ଥାୟୀ ସମ୍ପାଦକଙ୍କୁ ନିଯୁକ୍ତି ଦେବା ନେଇ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଇବା ନିମନ୍ତେ ନିଷ୍ପର୍ତ୍ତି ହୋଇଥିଲା । ଏହି ବୈଠକରେ ସମିତିର ବୋର୍ଡ ସଭ୍ୟ ଛଇଳ ବିଶ୍ୱାଳ, ରଘୁନାଥ ରଥ, ସୁଧୀର ପରିଡ଼ା, ମନୋରଞ୍ଜନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଆଲେଚନାରେ ଅଂଶ ୍ରଗହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts