ଓଡିଶାକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରିବା ଦାବୀରେ ; ଡେଲାଙ୍ଗ ଗାନ୍ଧୀପୀଠରୁ ନବିନ ନିବାସ ପଦଯାତ୍ରା
ଡେଲାଙ୍ଗ---- ଓଡିଶାକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରିବା ଦାବୀରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠରୁ ଏକ ପଦଯାତ୍ରା ଆଜି ଭୁବନେଶ୍ୱର ନବିନ ନିବାସ ଅଭିମୁଖେ ବାହାରିଛି । କେନ୍ଦ୍ର ଓ ରାଜ୍ୟ ସରକାର ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛନ୍ତି । ଗାନ୍ଧୀ ଖାଲି ଇଂରୋଜ ସରକାରଙ୍କ ବିରୁଧରେ ସ୍ୱର ଉଠାଇ ନଥିଲେ ସମାଜରେ ତଳେ ରହିଯାଇଥିବା ଲୋକେ ବି ସମସ୍ତଙ୍କ ସଙ୍ଗେ ଏକ ହୁଅନ୍ତୁ ସେ ଚାହୁଁଥିଲେ । ଓଡିଶାରେ ସେ ବୁଲିବା ସମୟରେ ଲକ୍ଷ୍ୟ କରିଥିଲେ ନିଶା ଯୋଗୁ ଓଡିଶା ଦରିଦ୍ର ହୋଉଛି । ନିଶା ଖାଇ ପୁରୁଷ ମାନେ ସବୁକିଛି ହରାଇ ବସୁଛନ୍ତି । ସେହିପରି ନିଶା ସେବନ କରି ଅଧା ବୟସରେ ସ୍ୱାମୀ, ପୁଅ ମରୁଥିବା ମା ମାନେ ଦେଖୁଛନ୍ତି । ସରକାର ମହିଳା ମାନଙ୍କ ପାଇଁ ବିଧାସଭାରେ ଓ ସଂସଦରେ ୩ଭାଗ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖିବା ପାଇଁ ଉଦ୍ୟମ କରିଥିବା ବେଳେ ସେହି ମହିଳା ମାନେ ନିଶା ଯୋଗୁ ବିଶେଷକ୍ଷତି ହୋଉଛନ୍ତି ବୋଲି ଜଣାପଡିଛି । ଏହି ପରିପକ୍ଷେୀରେ ଓଡିଶାକୁ ନିଶା ମୁକ୍ତ ଘୋଷଣା ଦାବୀରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ପୀଠରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆଜି ବାହାରିଛି । ଏହି ପଦଯାତ୍ରାକୁ ଗାନ୍ଧୀବାଦୀ ତଥା ଲେଖକ ପ୍ରଫୁଲ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଛନ୍ତି । କସ୍ତୁରବା ସେବା କେନ୍ଦ୍ର ଟ୍ରଷ୍ଟର ସଭାନେତ୍ରୀ କୁନ୍ତଳା ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ କବିତା ରାଣି ପରିଡା, ମଳୟ ତ୍ରିପାଠୀ, ସତ୍ୟବ୍ରତ ପୃଷ୍ଟି, ସ୍ତମ୍ଭକାର ଗୌରାଙ୍ଗ ପରିଡା, ଗାୟତ୍ରୀ ଦାସ, ପ୍ରିତୀ ନାୟକ, ଉମାକାନ୍ତ ସାହୁ, ସୁଜେସ୍ନା ମିଶ୍ର, ସାରଦା ପ୍ରଧାନ, କିଷାନ ପଟ୍ଟନାୟକ, ଅଶୋକ ପ୍ରଧାନ, ସୁରେନ୍ଦ୍ର ସ୍ୱାଇଁ, ନିରୁପମା ପାତ୍ର, ମାଳତୀ ବେହେରା, ହେମଲତା ସେଠୀ, ଗଦାଧର ପ୍ରଧାନ, ବ୍ରହ୍ମାନନ୍ଦ ମହାନ୍ତି ସୁମିତ୍ରା ଜେନା ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି