Breaking News

ଗୋପବନ୍ଧୁ ବଜାର ପୂଜାମଣ୍ଡପର ମୁଖ୍ୟ ଆକର୍ଷଣ ବିଷ୍ଣୁଙ୍କ ଦଶ ଅବତାର







ଜଟଣୀ :-ଓଡିଶା ପ୍ରସିଦ୍ଧ ଗଣେଶ ପୂଜା , ଚଳଚଞ୍ଚଳ ହୋଇପଡିଛି ଜଟଣୀ ସହର l ପୂଜାକୁ ଅଧିକରୁ ଅଧିକ ଆକର୍ଷଣ କରିବାରେ  ଗୋପବନ୍ଧୁ ବଜାର କମିଟିର ବ୍ୟାପକ ପ୍ରସ୍ତୁତି l ସଂଘର ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ସୂଚନା ଅନୁଯାଇ ଏହି ପୂଜା ପ୍ରଥମେ ୪୦ ବର୍ଷ ପୂର୍ବେ ସଞ୍ଜୟ କୁମାର ଶର୍ମା, ସ୍ବର୍ଗତ ଭବାନୀ ଶଙ୍କର ମିଶ୍ର, ବିରଞ୍ଚି ନାରାୟଣ ସେଠି,ଟୁନା ଭାଇନା, ପ୍ରମ୍ମୁଖ ମିଳିତ ଭାବେ ଆରମ୍ଭ କରିଥିଲେ l ଚଳିତ ବର୍ଷ ୮ ଫୁଟର ଗଣେଶ, ମାତା ସରସ୍ବତୀ ଓ ଲକ୍ଷ୍ମୀ ପୂଜା ପାଉଛନ୍ତି l ପ୍ରତ୍ୟକ ଦିନ ଠାକୁରଙ୍କ ପାଖରେ ବିଭିନ୍ନ ଫଳ ଏବଂ ମିଷ୍ଟାନ୍ନ ଭୋଗ ଲାଗି ହୋଉଥାଏ l ପ୍ରତ୍ୟକ ଦିନ ପାଳି ମୁତାବକ ସ୍ଥାନୀୟ ବ୍ୟବସାୟୀ ବିଭିନ୍ନ ଭୋଗ ଲାଗି କରିଥାନ୍ତି l ଏହି ସଂଘର ବିଶେଶ୍ୱତ ହେଲା ପୂଜା ଆରମ୍ଭରୁ ୭ କିଲୋଗ୍ରାମ ଲଡୁ ଠାରୁ ଆରମ୍ଭ କରି ଚଳିତ ବର୍ଷ ଦେଶୀ ଘିଅରେ ପ୍ରସ୍ତୁତ ୫୧ କିଲୋ ଓଜନର ଲଡୁ ଠାକୁରଙ୍କ ନିକଟରେ ଲାଗି ହୋଇ ପୂର୍ଣ୍ଣମୀ ପରଦିନ ଅଥାର୍ଥ ତା -୧୭/୯/୨୪ରିଖ ( ମଙ୍ଗଳବାର ) ଅନନ୍ତ ବ୍ରତ ତିଥିରେ ସମସ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ନିଲାମ କାର୍ଯ୍ୟକ୍ରମ ରହିଛି ବୋଲି ସଂଘର ସମ୍ପାଦକ ବିଷ୍ଣୁ ପ୍ରସାଦ ରାଉତ ପ୍ରକାଶ କରିଛନ୍ତି l ଭଷାଣି ଦିନ ଠାକୁରଙ୍କ ପାଖରେ ଖେଚୁଡ଼ି ଭୋଗ ଲାଗି କରାଯାଏ l ସେହି ପ୍ରସାଦକୁ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥାଏ l ଭଷାଣି ଶୋଭାଯାତ୍ରାରେ ବ୍ୟବସାୟୀ ସଙ୍ଘ ତରଫରୁ ସୁସଜ୍ଜିତ ଘୁର୍ଣ୍ଣନ ମାନ ମେଢ଼ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ l ଭକ୍ତଙ୍କୁ ଆକୃଷ୍ଟ କରିବାପାଇଁ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ମୁର୍ଣ୍ଣୟ ମୂର୍ତ୍ତି ଶୋଭାପାଉଛି l ପ୍ରତ୍ୟକ ସନ୍ଧ୍ୟାରେ ବାଦୀ ମେଳା, ଓଡିଶୀ ନୃତ୍ୟ, ଭଜନ ସମାରୋହ, ପ୍ରବଚନ, ଭକ୍ତି ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ କରାଯାଇଥାଏ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୯/୨୦୨୪----୮,୫୫ Sakhigopal News,13/9/2024

Blog Archive

Popular Posts