Breaking News

ସୁନାଲରମ୍ଭା ବାଘପାଲି ବଜାରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ




  ବରଗଡ଼ --- ବରଗଡ ଜିଲା ଭେଡେନ ବ୍ଲକ ଅଧିନ ସୁନାଲରମ୍ଭା ବାଘପାଲି ବଜାର ପରିସରରେ  ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ତରଫରୁ, ସଭା ପରିିଚାଳନା କରିଥିଲେ ନିଲାମ୍ବର ମଲ୍ଲିକ |ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡଃ ହଳଧର ନାଗ,ସମ୍ମାନୀତ ଅତିଥି ଭାବେ ଜିଲା ସାଂସ୍କୃତିକ ସମାଜର ସଭାପତି ରାଜୁ ଘିବେଲା,ଉତ୍କଳ ଯାଦବ ସାଂସ୍କୃତିକ ସମାଜର ଉପସଭାପତି ଧନସିଂ ଭୋଇ ,ଉତ୍କଳ ଯାଦବ ସାଂସ୍କୃତିକ ସମାଜର ସମ୍ପାଦକ ପ୍ରଦୀପ୍ତ ଷାଣ୍ଡ,ଜିଲା ସାଂସ୍କୃତିକ ସମାଜର ସମ୍ପାଦକ ରାମନାରାୟଣ ଭୋଇ, ଜିଲା ସାଂସ୍କୃତିକ ସମାଜର ଯୁବ ସଭାପତି ପ୍ରଦୀପ ଥପା ,ଅତାବିରା ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ନଚନ୍ଦ୍ର ସାଲମା, ସମ୍ପାଦକ ସୁରେନ୍ଦ୍ର କଠାର ,ପଦ୍ମପୁର ବ୍ଲକ ସଭାପତି କେଶବ ଜାଲ, ସମ୍ପାଦକ ଓମ ପ୍ରକାଶ ଭୋଇ,ସାହେବ କୁଦେଇ,ମାଷ୍ଟର ବାଗ,ଝସକେତନ ବଗର୍ତ୍ତି,ମନବୋଧ ବନଛୁର,ମାଲିକ ଭୋଇ,ରୂପଧର ଥପା,ଧିରେନ୍ଦ୍ର କୁମାର ଭୋଇ,ଖାଡିଆ ବଗର୍ତ୍ତି,ଗୋବିନ୍ଦ ଜୁଆଡି,ମନଫୁଲ ଭୋଇ,ବଳରାମ ବାଗ,ରମାକାନ୍ତ ବଗର୍ତ୍ତି,ଅମୃତଲାଲ ବନଛୁର ,ମାନସ ଗରିଆକଂ ସମେତ ବରଗଡ ଜିଲାର ସମସ୍ତ ବ୍ଲକ ଯାଦବ ସମାଜର ସଂପାଦକ,ସଭାପତି ପ୍ରମୁଖ ଯୋଗଦେଇଥିଲେ | ସର୍ବ ପ୍ରଥମେ ମା ସମଲେଇ କୁ ପୂଜାର୍ଚ୍ଚନା କରାଯାଇ  ସମଲେଇ ଭଜନ ପରିବେଷଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା  | କାର୍ଯ୍ୟକ୍ରମରେ ଅତିଥିମାନେ ନୂଆଖାଇ ଭେଟଘାଟର ଉଦ୍ଦେଶ୍ୟ  ସମ୍ପର୍କରେ  ଆଲୋକପାତ କରିଥିଲେ  |ଦ୍ବିତୀୟ ଅଧିବେଶନରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ କବି ମାନେ କବିତା ପଠନ କରିଥିଲେ |କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବ୍ଲକ ସଭାପତି ଚୂଣାମଣି ବାଗ ।ଏହି ଅବସରରେ ବିଭିନ୍ନ ଯାଦବ ପ୍ରତିଭା ମାନକୁ ସମ୍ମାନୀତ କରାଯାଇଥିଲା |ଶେଷରେ  ଅଧ୍ୟାପକ ନାରାୟଣ ଭୋଇ ନୂଆଖାଇ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି  ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୯/୨୦୨୪---୮,୨୫ Sakhigopal News,12/9/2024

Blog Archive

Popular Posts