ପୋଖରୀରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଭଞ୍ଜନଗର--ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର ପଞ୍ଚାୟତରେ ଥିବା ସୋରିଷମୁଳି ଗ୍ରାମ ନିକଟ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ଜଗନ୍ନାଥପ୍ରସାଦ ପୋଲିସ। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଗଦାଧର ପାତ୍ର (୭୫)। ଗଦାଧର ଶନିବାର ସକାଳେ ଗାଁ ପୋଖରୀକୁ ଗାଧୋବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ବଡ଼ ପୁଅ ନାରାୟଣ ପାତ୍ର ବିଭିନ୍ନ ସ୍ଥାନ ଖୋଜି ଖୋଜି କରି ଥିଲେ । ମାତ୍ର ବାପାଙ୍କ କୌଣସି ସନ୍ଧାନ ପାଇନଥିଲେ I ପରେ ଗାଁ ପୋଖରୀ ହିଡରେ ତାଙ୍କର ଚପଲ ଥିବାର ଦେଖିବା ସହ ପାଣି ରେ ବାପାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ନିକଟରେ ଥିବା କିଛି ଯୁବକ ଙ୍କ ସହାୟତାରେ ବାପାଙ୍କ ଶରୀର କୁ ପୋଖରୀ ରୁ ଉଧାର କରି ଜଗନ୍ନାଥ ପ୍ରସାଦ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୯/୨୦୨୪-----୨,୦୦ Sakhigopal News,29/9/2024