Breaking News

ପପଙ୍ଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ

 
ବରଗଡ଼ ---- ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟ ଝରାପାଲି ଠାରେ ପପଙ୍ଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ "ମା ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପପଙ୍ଗା ଷ୍ଟେଟ  ବ୍ୟାଙ୍କ ଶାଖା ପରିଚାଳକ ସମିର ମେହେରଙ୍କ ଉଦ୍ୟମ କ୍ରମେ ବିଦ୍ୟାଳୟର ପରିସରରେ ବିଭିନ୍ନ ପ୍ରକାର ଫଳ  ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ରଶ୍ମିରଞ୍ଜନ ପାଢୀ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ପ୍ରଧାନ, ପ୍ରମୋଦ ଦାଶ, ପୂର୍ବତନ ସରପଞ୍ଚ ରାଜକିଶୋର ମେହେର, ସୁବାଷିନୀ ମେହେର ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍ତମ ପୁରୋହିତ, ଶିକ୍ଷକ ସଚିନ୍ଦ୍ର କର୍ଣ୍ଣ, ଡ଼ୋଲାମଣୀ କୁଦେଇ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଫଳ ଗଛର ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ର ପ୍ରକୃତି ବନ୍ଧୁ ତଥା ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୯/୨୦୨୪----୯,୫୦ Sakhigopal News,21/9/2024

Blog Archive

Popular Posts