ସତ୍ୟବାଦୀ ଥାନାର ମୁଖ୍ୟ ଗେଟ ଓ ବସଷ୍ଟାଣ୍ଡ ଏବେ ଜଙ୍ଗଲରେ ପରିପୂର୍ଣ୍ଣ
ସାକ୍ଷୀଗୋପାଳ--- ୩୧୬ନଂ ଜାତୀୟ ରାଜପଥର ପୁରୁଣା ରାସ୍ତା କରରେ ସତ୍ୟବାଦୀ ଥାନା ସହିତ ଏବେ ଲକ୍ଷ୍ମୀ ବସଷ୍ଟପେଜ ନିର୍ମାଣ କରାଯାଇଛି । ଅନ୍ୟ ପକ୍ଷେ ଥାନାର ମୁଖ୍ୟ ଗେଟ ଦେଇ ପରିବା ସମୟରେ ଜଙ୍ଗଲ ହୋଇଛି । ଅନ୍ୟ ପକ୍ଷେ ଲକ୍ଷ୍ମୀ ବସଷ୍ଟପେଜକୁ ଅପେକ୍ଷା କରିଥିବା ମହିଳା ମାନେ ଏବେ ବି ସେହି ଜଙ୍ଗଲ ନିକଟରେ ବସି ରହୁଛନ୍ତି । ଅଧିକଂଶ ସମୟରେ ଏହି ଜଙ୍ଗଲରୁ ବିଷାକ୍ତ ସରୀସୃପ ମାନେ ବାହରୁଛନ୍ତି । ଏହି ଜଙ୍ଘଲ ପ୍ରତି ନା ଥାନା ଅଧିକାରୀଙ୍କର ନା ଜାତୀୟ ରାଜପଥ ଅଧିକାରୀ ବା ଜିଲ୍ଲା ପ୍ରଶାସନର କାହାରି ନଜର ପଡୁନାହିଁ ବୋଲି ଜନସାଧାରଣରେ ଏବେ ଆଲେଚନା ହେଉଛି । ତୁରନ୍ତ ଏହି ଜଙ୍ଗଲ ପ୍ରତି ଜିଲ୍ଲାପ୍ରଶାସନ ସହ ସ୍ଥାନୀୟ ବିଧାୟକ ନଜର ଦେବାକୁ ଜନସାଧାରଣରେ ଦାବୀ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୪ Sakhigopal News, 19/9/2024