>>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • >>
  • ସମ୍ଭାବନା ପରିବାର ପକ୍ଷରୁ ଚୁଡ଼ାଘଷା ଦିବସ ପାଳିତ
  • >>
  • ସତ୍ୟବାଦୀ ରେ ଚନ୍ଦନ ଯାତ୍ରା ଉତ୍ସବ ଉଦଯାପିତ ; ଠାକୁରଙ୍କ ନୀତି କାନ୍ତି ଠିକ ସମୟରେ ହେଉନାହିଁ, ଭକ୍ତଙ୍କୁ ବ୍ୟବହାର ଠିକ୍ କରାଯାଉନାହିଁ
  • >>
  • ରାସ୍ତା ମଝିରେ ଟ୍ରାନ୍ସଫର୍ମର ; ମରଣକୁ ନିମନ୍ତ୍ରଣ, ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର
  • ସରକାର କା ମାଲ୍ ଦରିଆ ମେ ଡାଲ୍’ ଉକ୍ତିରେ ପୌର ପ୍ରଶାସନ ; ପରିତ୍ୟକ୍ତ ଅବସ୍ଥାରେ ସହରର ବହୁ ପାର୍କ




    ଜଟଣୀ :-ସହରର ସୌନ୍ଦର୍ଯ୍ୟ କରଣ ପାଇଁ ପୌରପାଳିକାକୁ କୋଟିକୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାର ଦେଉଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ  "ସରକାର କା ମାଲ୍ ଦରିଆ ମେ ଡାଲ୍ "ଉକ୍ତିରେ ଚାଲିଛି ପୌର ପ୍ରଶାସନ। ଜଟଣୀ ସହରର ବିକାଶ ସହ ସୌନ୍ଦର୍ଯ୍ୟ କରଣ ପାଇଁ ତିଆରି ହୋଇଥିବା ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେଉଁଠି ଖେଳ ଉପକରଣ ସହ ଚେୟାର୍ ଭାଙ୍ଗି ଯାଇଛି ତ କେଉଁଠି ଲାଇଟ ଖମ୍ବ ଉପୁଡି ତଳେ ପଡିଛି, କେଉଁଠି  ଅନାବନାଗଛ ଉଠି ସରୀସୃପଙ୍କର ବାସସ୍ଥଳୀ ପାଲଟିଛି ।ଜଟଣୀ ସହରର ବିଭିନ୍ନ ୱାର୍ଡରେ ନୂତନ ପାର୍କ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଅଧିକାଂଶ ପାର୍କ ଅନ୍ଧକାର ମଧ୍ୟରେ ଜନଶୂନ୍ୟ  ଦେଖିବାକୁ ମିଳିଛି ତ କେଉଁଠି ପାର୍କ ସମ୍ପୂର୍ଣ ନଷ୍ଟ ହୋଇଗଲାଣି l  ପାର୍କର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ଵତନ୍ତ୍ର ଯୋଜନା ହୋଇନଥିବାରୁ କୋଟି କୋଟି ଟଙ୍କା ପାଣିରେ ପାଣିରେ ପଡିବା ଭଳି ମନେହେଉଛି l ସେପଟେ ପାର୍କର ରକ୍ଷଣାବେକ୍ଷଣ ଦିଗରେ ପ୍ରଶାସନର ଏଭଳି ଅବହେଳାକୁ ନେଇ ଉଦ୍‌ବେଗ ପ୍ରକାଶକରିଛନ୍ତି ଆଇନ ଜୀବୀ ରଶ୍ମି ରଞ୍ଜନ ମହାନ୍ତି ଏବଂ ସମାଜ ସେବୀ ବିଶ୍ୱରଂଜନ ମହାପାତ୍ର l 
    ସୂଚନାଥାଉକି,ବିକାଶ ନଗର,ଶ୍ରୀହରି ବିହାର,ମହାବୀର କଲୋନୀ, କୁଦିଆରୀ ଭଳି ସହରରେ ଥିବା ବିଭିନ୍ନ ୱାର୍ଡରେ ଉଦ୍‌ଘାଟିତ ହୋଇଥିବା ନୂଆ ପାର୍କଗୁଡିକ ଏବେ ଶୋଚନୀୟ ହୋଇପଡିଛି  l ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଜନସାଧାରଣ ଏବଂ ପ୍ରଶାସନ ଏକଯୁଗ୍ମ କମିଟି ଗଠନ କରିବା ସହ ପ୍ରଶାସନପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ କିଛି ସ୍ୱତନ୍ତ୍ର ଅନୁଦାନ ଦେବାର ଆବଶ୍ୟକତା ରହିଛିବୋଲି ମତ ରଖୁଛନ୍ତି ବୁଦ୍ଧିଜୀବୀ । ନଚେତ କେବଳ ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣହେଉଥ‌ିବ, କିନ୍ତୁ ଏହାର ସୁଫଳ ଜଟଣୀ ସହରବାସୀ ପାଇପାରିବେ ନାହିଁ ବୋଲିସାଧାରଣରେ ଅଭିଯୋଗ ହୋଇଛି। ଏହାକୁନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପୌରପାଳିକା ପ୍ରତି ବଢ଼ୁଥ‌ିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଏଦିଗରେ ଅଧିକ ଯତ୍ନବାନ ହେବା ପାଇଁ ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୯/୨୦୨୪----୯,୫୫ Sakhigopal News,24/9/2024

    Blog Archive

    Popular Posts