ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ
ଜଟଣୀ,:-ଜଟଣୀ ପଞ୍ଚାୟତ ସମିତି ପରିସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ଜୟନ୍ତୀ ଛୋଟରାୟ, ଅଧ୍ୟକ୍ଷା ଜଟଣୀ ପଞ୍ଚାୟତ ସମିତି, ଶ୍ରଦ୍ଧାଞ୍ଜଳି ବେହେରା ସରପଞ୍ଚ ଯାଁଳା, ସୁବାସିନୀ ବିଶ୍ବାଳ ସରପଞ୍ଚ ଛଣଘର, ପ୍ରସନ୍ନ ଛୋଟରାୟ ସରପଞ୍ଚ ତିରିମଲ, ମନୋଜ ବେହେରା ସରପଞ୍ଚ କନ୍ତିଆ, ପ୍ରିୟରଞ୍ଜନ ବେହେରା ସମିତି ସଭ୍ୟ ପଦନପୁର ପ୍ରମୁଖ ଉକ୍ତ ସଭାରେ ଉପସ୍ଥିତ ରହିଥିଲେ I ଶ୍ରୀମତୀ ରଶ୍ମିତା ନାଥ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଟଣୀ, ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ । ଏହି ସମ୍ମିଳନୀରେ ଶ୍ରୀ ସୂର୍ଯମଣି ପାଟଜୋଶୀ, ନିର୍ବାହୀ ଅଧିକାରୀ, ଜଟଣୀ ପୌର ପରିଷଦ ଶ୍ରୀମତୀ ସଞ୍ଜୁଲତା ନାୟକ,ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରୀ ଜଟଣୀ,ଳ ଶୁଭଶ୍ରୀ ପଣ୍ଡା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ,ଜଟଣୀ ଶ୍ରୀ ନରହରି ପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜଟଣୀ ଓ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀବୃନ୍ଦ ସମେତ ଜଟଣୀ ବ୍ଲକ ଅଧୁନସ୍ଥ ସମସ୍ତ ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସମସ୍ତ ଆଶାକର୍ମୀ ଓ ସୁଭଦ୍ରା ହିତାଧୁକାରୀ ସମୁଦାୟ ୨୫୦୦ରୁ ଉର୍ଦ୍ଧ୍ବ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ସିଧାପ୍ରସାରଣ ଦ୍ବାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଟଣୀ ବ୍ଳକର ୫ଜଣ ହିତାଧୁକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟଦେଶ ବିତରଣ କରାଗଲା ଏବଂ ୫ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ସଂପୂର୍ଣ୍ଣ କରିଥିବାରୁ, ଅଧକ୍ଷ୍ୟା ଜଟଣୀ ପଞ୍ଚାୟତ ସମିତିଙ୍କ ଦ୍ବାରା ସମ୍ବନ୍ଧିତ କରାଗଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ସ୍ବଚ୍ଛ ଭାରତ ଅଭିଯାନ- ୧୦୨୪ ଅନ୍ତର୍ଗତ " ସ୍ବଚ୍ଛତା ହଁ ସେବା "ର ଶପଥ ପାଠ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୫ଜଣ ଅଙ୍ଗନବାଡି କର୍ମୀ,୫ଜଣ ଆଶା କର୍ମୀ, ୧୨ ଜଣ ଏମ.ବି.କେ,୪ ଜଣ ବ୍ୟାଙ୍କ ମିତ୍ର ମହିଳାଙ୍କୁ ନିଜର ଉତ୍କର୍ଷ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୮/୯/୨୦୨୪----୯,୫୦ Sakhigopal News,18/9/2024