ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ସମିତି ବୈଠକ ଯୋଗୁ ତତ୍ପରତା ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ମାନଙ୍କର ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଆଜି ହେବାକୁ ଯାଉଛି ଷଷ୍ଠ ପଞ୍ଚାୟତ ସମିତି ବୈଠକ । ସେଥିଯୋଗୁ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ବିଧାନସଭା ନିର୍ବାଚନ ପରେ ନୂତନ କରି ବିଧାୟକ ବିଜେପି ନେତା ଓମ ପ୍ରକାଶ ମିଶ୍ର ଜିତିବା ପରେ ପ୍ରଥମ କରି ପଞ୍ଚାୟତ ସମିତି ବୈଠକରେ ଯୋଗ ଦେବେ । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ଆସନଟି ରହିଛି ବିଜେଡି ହାତରେ । ଏହାକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । କଣାସ ବ୍ଳକ ପଞ୍ଚାୟତ ସମିତି ବୈଠକ କୋରମ ଅଭାବରୁ ବୈଠକ ହୋଇପାରିଲା ନାହିଁ । ଏଥିରେ ମଧ୍ୟ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ସେପରି ନ ଘଟିବା ପାଇଁ ବିଜେପି ଦଳ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ଅନ୍ୟ ପକ୍ଷେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କର ଏକ ପ୍ରସ୍ତୁତି ବୈଠକ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତ ୨୬ ତାରିଖରେ ଥିବାରୁ ବିଜେପି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସାକ୍ଷୀଗୋପାଳର ଐତିହ୍ୟ ସୁଆଣ୍ଡୋ ଗ୍ରାମ ଗସ୍ତ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଓ ମ୍ୟୁଜିୟମ ପରିଦର୍ଶନ କରିବା ସହ ସେଠାରେ ମୃକ୍ଷ ରୋପଣ କରିବାର କାର୍ଯ୍ୟମାନ ରହିଥବା ଦଳୀୟ ନେତାଙ୍କ ଠାରୁ ସୁଚନା ମିଳିଛି । ସେହିପରି ବିଦ୍ୟାଧରପୁର ପଞ୍ଚାୟତ ଯିବାର କାର୍ଯ୍ୟକ୍ରମ ରହିଛି । ପରେ ପରେ ସାକ୍ଷୀଗୋପାଳ କଳେଜ ପଡିଆରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୯/୨୦୨୪---୭,୨୫ Sakhigopal News, 22/9/2024