Breaking News

ଭାରତ ବିକାଶ ପରିଷଦସତ୍ୟବାଦା ଶାଖା ପକ୍ଷରୁ ରାଷ୍ଟୀୟ ସମୂହ ଗାନ ଓ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତ୍ ଅନୁଷ୍ଠିତ

 


 ସାକ୍ଷୀଗୋପାଳ,----- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ବାସୁକେରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟୀୟ ସମୂହ ଗାନ ଓ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତ୍‌ା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଭାରତ ମାତ, ବିବେକାନନ୍ଦା ଓ ମା ସରସ୍ୱତୀଙ୍କ ଫଟୋ ନିକଟରେ ରେ ପ୍ରଦୀପ ପ୍ରଜ୍ୱଳନ କରି ଅତିଥି ମାନେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଭାରତ ବିକାଶ ପରିଷଦର ସତ୍ôୟାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ସମ୍ପକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ଭାରତ ବିକାଶ ପରିଷଦର ଓଡିଶା ପୂର୍ବ ପ୍ରାନ୍ତର ସଭାପତି ସତ୍ୟବାଦୀ ଦାଶ, ଜିଲ୍ଲା ପରିଷଦରସଦସ୍ୟା ବିଷ୍ଠୁପିୟା ବରାଳ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ନବୀନ କୁମାର ସେନାପତି, ଶିଶୁ ବିଦ୍ୟା ମନ୍ଦିରର  ସମ୍ପାଦକ ବାଉରୀବନ୍ଦୁ  ସ୍ୱାଇଁ ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ ତମେ ପାଠ ପଡି ଉଚ୍ଚ ଶିକ୍ଷିତ ବେଲେ ଆମେ ଗର୍ବ ଅନୁଭବ କରିବା ସହ ଖୁସି ହେବୁ ମାତ୍ର ତମେ ଯେଉଁଠି ରୁହ ମାତ୍ର ତମର ଜନ୍ମଭୂମି ବା ଭାରତ ମାତାକୁ କେବେ ଭୁଲିବ ନାହିଁ ବୋଲି କହିଥିଲେ । ଭାରତ ବିକାଶ ପରିଷଦରସତ୍ୟବାଦୀ ଶାଖାର ସମ୍ପାଦକ ନବଘନ ଶତପଥି ସଭା ପରିଚାଳନା କରିଥିଲେ । ନିହାର ରଞ୍ଜନ ସ୍ୱାଇଁ, ଅନ୍ନଦା ସୁଆର ମଞ୍ଚ ପରିଚାଳନା କରିଥିଲେ । ଉଦଘାଟନୀ ଉତ୍ସବରେ ଅତିଥି ଭାବେ  ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ନିଜର ପ୍ରଚେଷ୍ଟା, ଧର୍ଯ୍ୟ, ସତ୍ୟକୁ ଆଧାର କରି ଆଗେଇଲେ ନିଶ୍ଚିତ ଭାବେ ସଫଳ ମିଳିବ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଷଲ । ଅନ୍ୟ ପକ୍ଷେ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ନୂତନ ଇତିହାସ ଯୋଡିବାକୁ ସେ ଇଛା ପ୍ରକାଶ କରିବା ସହ ଅର୍ଥ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭାରତ ବିକାଶ ପରିଷଦର ଓଡିଶା ପୁବ;ପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ, ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାଶ, କିଟ ବିଶ୍ୱବିଦ୍ୟାଳୟ ସଭାପତି ଚିତ୍ତରଞ୍ଜନ ମିଶ୍ର, ଭାରତ ବିକାଶ ପରିଷଦର ପୂର୍ବ ଭାରତର କ୍ଷେତ୍ରୀ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଠିଆ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।  ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖାର କୋଷାଧ୍ୟକ୍ଷ ବିଜୟ କୁମାର ପରିଡା ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ସଚ୍ଚିବ ସୁନୀଲ କୁମାର ବେହେରା, ପ୍ରଫୁଲ କୁମାର ପଣ୍ଡା, ଅମୀୟ ରଞ୍ଜନ ସ୍ୱାଇଁ, ରିତା ତ୍ରିପାଠୀ, ବିଷ୍ଠୁ ମହାରଣା, ବିଭୂ ପ୍ରସାଦ ମହାପାତ୍ର, ଦିଗନ୍ତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ବାସୁକେରା ଗ୍ରାମବାସୀ ଓ ସରପଞ୍ଚ ଚିନ୍ମୟ ରାଉତଙ୍କ ତତ୍ୱବଧାନରେ ବାଜା ବଜାଇ ବିଧାୟକଙ୍କୁ ଗ୍ରାମ ପରିକ୍ରମା କରିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୯/୨୦୨୪-----୭.୪୫    Sakhigopal News, 29/9/2024

Blog Archive

Popular Posts