ସତ୍ୟବାଦୀ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଭଲିବଲ ପ୍ରତିଯୋଗିତା
ସାକ୍ଷୀଗାପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଭଲିବଲ ୧୭ ବର୍ଷରୁ କମ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସଭାପତି ତଥା ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ସମ୍ପାଦକ ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖ୍ଟୋଇଙ୍କ ତତ୍ୱବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । ସତ୍ୟବାଦୀର ୨୫ ଗୋଟିହାଇସ୍କୁଲ ସହିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କଲେଜର ଛାତ୍ରମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ୧୪୦ ଜଣ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜୁନିୟର ଓ ସିନିୟର ବିଭାଗରୁ ୨ଟି ଟିମ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଆନୁଷ୍ଠାନିକ ଭାବେ ଖେଳ ଉଦଘାଟନ କରିଥିଲେ । ସନ୍ଦୀପ ତ୍ରିପାଠୀ, ସଂଗ୍ରାମ ସ୍ୱାଇଁ, ସୁମନ ପ୍ରଧାନ, ମୌସୁମୀ ଦାଶ, ପୁଷ୍ପାଞ୍ଜଳି ଜେନା, ଲିଙ୍ଗରାଜ ସାହୁ, କାର୍ତ୍ତିକ ବିଶ୍ୱାଳ, ସୁମନ ପ୍ରଧାନ ,ସୁରେଶ ସ୍ୱାଇଁ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୪---୭,୨୫