ଶାନ୍ତିସ୍ରୋତ ଭବନ ପରିସରରେ ଇଞ୍ଜିନିୟର ଦିବସ ପାଳନ
ଭଞ୍ଜନଗର--ରବିବାର ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କେନ୍ଦ୍ର ବାଗଦେବୀ ରୋଡ, ନୀଳାଦ୍ରିବିହାର ଦ୍ଵିତୀୟ ଲାଇନ, ଶାନ୍ତିସ୍ରୋତ ଭବନ ପରିସରରେ ଇଞ୍ଜିନିୟର ଦିବସ ପାଳନ କରାଯାଇଛି |
ଭାରତର ମହାନ ଇଞ୍ଜିନିୟର ଭାରତରତ୍ନ ସାର ମୋକ୍ଷଗୁଡମ ବିଶ୍ୱେଶରାୟ ଙ୍କ ଜନ୍ମ ଦିବସ କୁ ଇଞ୍ଜିନିୟର ଦିବସ ରୂପେ ଭାରତରେ ପ୍ରତିବର୍ଷ ପାଳନ କରାଯାଉଅଛିା ୧୫.୯.୧୮୬୧ରେକର୍ଣ୍ଣାଟକ ରେ ସେ ଜନ୍ମ ଗ୍ରହଣ କରିଥିଲେ | ବିଶ୍ୱ ର ଉର୍ନତି ରେ ଇଞ୍ଜିନିୟର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟଅତିଥି ତଥା ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀକୃଷ୍ଣ ପଣ୍ଡା ମତବ୍ୟକ୍ତ କରିଥିଲେ | ଶାନ୍ତିସ୍ରୋତ ଭବନର ମୁଖ୍ୟ ପରିଚାଳିକା ରାଜଯୋଗିନୀ ବି. କେ. ସନ୍ତୋଷିନୀ ଭଉଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ, ରାଜଯୋଗ, ଆଧ୍ୟାତ୍ମିକ ଜ୍ଞାନ ଓ ଇଞ୍ଜିନିୟରିଂ ଜ୍ଞାନ ଆଧାରରେ ନୂତନ ବିଶ୍ୱ ନିର୍ମାଣ ହୋଇପାରିବା ସହିତ ପ୍ରତ୍ବେକ ମନୁଷ୍ୟ ପାରିବାରିକ ଜୀବନ ମଧ୍ୟରେ ରହି ସୁଖଶାନ୍ତି ପ୍ରାପ୍ତ କରିପାରିବେ | ଉକ୍ତ ଦିବସ ରେ 15 ରୁ ଉର୍ଦ୍ଧ ଇଞ୍ଜିନିୟର ଯୋଗ ଦେଇଥିଲେ | 200 ରୁ ଉର୍ଦ୍ଧ ଆଧ୍ୟାତ୍ମିକ ଭାଇ ଭଉଣୀ ଯୋଗଦେଇଥିଲେ | ମୁଖ୍ୟଅତିଥି ଙ୍କ ଦ୍ୱାରା ସମସ୍ତ ଇଞ୍ଜିନିୟର ଭାଇମାନଙ୍କୁ ମାନପତ୍ର ଓ ଉପଢୌକନ ଦ୍ୱାରା ସମ୍ମାନିତ କରାଯାଇଥିଲା |
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୪-----୮,୫୦ Sakhigopal News,15/9/2024
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୪-----୮,୫୦ Sakhigopal News,15/9/2024