ଥୁଆପାଲି ଲାୟନ୍ସ କ୍ଲବ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଲାୟନ୍ସ କ୍ଲବ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିର କୁ ଲାୟନ୍ସ କ୍ଲବ, ଲିଓ କ୍ଲବ ଥୁଆପାଲି ଓ ତ୍ରିଲୋଚନ ନେତ୍ରାଲୟ, ସମ୍ମିବଲପୁର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ୧୨୫ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କ ମୋତିଆବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ପଠାଯାଇଛି । ୩୫ଜଣଙ୍କୁ ମାଗଣା ଚଷମା ବ୍ୟବହାର ନିମନ୍ତେ ଦିଆ ଯାଇଥିଲା । ଏହି ଚକ୍ଷୁ ପରୀକ୍ଷା ରେ ତ୍ରିଲୋଚନ ନେତ୍ରାଲୟ ପକ୍ଷରୁ ଡକ୍ଟର ସସ୍ମିତା ମାଝୀ, ଲିପସା ପଟେଲ, ରୋଶନ ଭୋଇ, ହରେଶ ପ୍ରଧାନ, ସୁମନ୍ତ ଭୋଇ ଓ ଆଦ୍ୟାଶା ପରୀକ୍ଷା କରିଥିଲେ। ଲାୟନ୍ସ କ୍ଲବର ସଭାପତି ରାଜେଶ କୁମାର ହୋତା ଓ ଲିଓ କ୍ଲବ ର ସଭାପତି ରାହୁଲ ଚନ୍ଦ୍ରମ୍ ଉଭୟ କ୍ଲବର ସମସ୍ତ ସଦସ୍ଯ/ସଦସ୍ୟା ମାନେ ଉପସ୍ଥିତ ରହି ଅଂଶଗ୍ରହଣ କରି ସହଯୋଗ କରିଥିଲେ। ପରିଶେଷରେ ଶଂକର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୯/୨୦୨୪----୮,୩୫ Sakhigopal News,23/9/2024