Breaking News

କମ୍ରେଡ଼ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ



 ଭଞ୍ଜନଗର-- ପ୍ରଗତି ଶୀଳ ଗଣତାନ୍ତ୍ରିକ ସାମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପ୍ରୟାତ ସାଥୀ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆବାହକ ସୋମନାଥ ନାୟକଙ୍କ ସଭାପତିତ୍ୱରେ ବାଉଁଶଲୁଣ୍ଡି କୂର୍ମିକ୍ଷତ୍ରିୟ ଭବନରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତୃ ବର୍ଗ- ଆଇନଜୀବୀ ଅଭିମନ୍ୟୁ ଗୌଡ଼,ସିପିଏମ ଜିଲ୍ଲା ପ୍ରତିନିଧୂ ପ୍ରତାପ ଚୌଧୁରୀ, ସିପିଆଇ ପ୍ରତିନିଧୂ ବିଘ୍ନଶ୍ବର ସାହୁ, ବିଜୁ ଜନତା ଦଳର ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କଂଗ୍ରେସର ପ୍ରଶାନ୍ତ ବିଷୋୟୀ, ଆମ ଆଦମୀ ପାର୍ଟିର କବିରାଜ ବେହେରା ଅତିଥୁ ରୂପେ ଯୋଗଦେଇ ଥିଲେ । ଆଲୋଚନା ଆରମ୍ଭ କରି ସାଥୀ ଅଭିମନ୍ୟୁ ଗୌଡ଼ କହିଲେ ଯେ ସୀତାରାମ ୟେଚୁରୀଙ୍କ ବିୟୋଗ ରାଜନୈତିକ ଘଡ଼ିସନ୍ଧି ସମୟରେ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ସେ ସାଥୀ ୟେଚୁରୀ ଦେଶର ମିଳିତ ସରକାର ଗଠନ ସମୟେ ମୁଖ୍ୟ ରୁପକାର ଥୂବା କଥା ବକ୍ତବ୍ୟରେ ପ୍ରକାଶ କରିଥିଲେ । ସାଥୀ ନିରାକାର ନାୟକ ସିପିଆଇ ଏମ ଏଲ ଓ ଟୁନା ମଲ୍ଲିକ ସିପିଆଇ ଏମ ଏଲ ରେଡ଼ ଷ୍ଟାର ୟେଚୁରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧୁରା କାମକୁ ସମ୍ପାଦନ କଲେ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରକାଶ କରିଥିଲେ | ସିପିଆଇ ର ପ୍ରତିନିଧି ବିଘନେଶ୍ୱର ସାହୁ ସୀତାରା ୟେଚୁରି ଜଣେ ନମ୍ର,ବଂଧୁ ଭାବାପର୍ଣ୍ଣ, ବହୁଭାଷୀ ବୋଲି ବକ୍ତବ୍ୟ ରଖୁଥିଲେ । ଆମ ଆଦମୀ ପାର୍ଟିର ପ୍ରତିନିଧୂ କବିରାଜ ବେହେରା ଶ୍ରଦ୍ଧାଞ୍ଜଳି ସଭାରେ ପ୍ରକାଶ କରିଥିଲେ ଯେ, ସମ୍ବିଧାନ ପ୍ରଦତ୍ତ ଧର୍ମନିରପେକ୍ଷତା ନୀତିକୁ ସୁରକ୍ଷା ଦେବାରେ ସାରା ଜୀବନ ସଂଗ୍ରାମ କରିଥଲେ ।ବିଜୁ ଜନତା ଦଳର ପ୍ରତିନିଧୂ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଆଲୋଚନା ପ୍ରସଙ୍ଗରେ କହି ଥିଲେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ରୋଜଗାର ଯୋଜନା ଓ ଆର ଟି ଆଇ ଆଇନ ପ୍ରଣୟନ ରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସିପିଏମ ଜିଲ୍ଲା ପ୍ରତିନିଧୂ ସାଥୀ ପ୍ରତାପ ଚୌଧୁରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ପ୍ରକାଶ କରିଥିଲେ ଯେ ବିଶ୍ବ କମ୍ୟୁନିଷ୍ଟ ସଂଗଠନ କରିବାରେ ସାଥୀ ୟେଚୁରୀଙ୍କ ଭୂମିକା ସମ୍ପର୍କେ ବିଶଦ ଭାବେ ଆଲୋଚନା କରିଥିଲେ |

     ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୯/୨୦୨୪----୮,୪୦ Sakhigopal News,23/9/2024

Blog Archive

Popular Posts