ସୁସଜ୍ଜିତ ମଣ୍ଡପରେ ପୂଜା ପାଇଲେ ଦେବଶିଳ୍ପୀ
ଜଟଣୀ :--ବିଶ୍ୱକର୍ମା ପୂଜା ପାଇଁ ସହର ଉତ୍ସବ ମୁଖର ହୋଇଉଠିଛି l ଆଜିଠାରୁ ସହରରେ ପ୍ରାୟ ୧୫ ଟି ପୂଜା ମଣ୍ଡପରେ ଦେବଶିଳ୍ପୀ ତଥା ବିଶ୍ବକର୍ମା ପୂଜା ପାଉଛନ୍ତି l ବିଶେଷ କରି ରେଲୱେ ବିଭାଗର ଟେଲିକମ, ସିଗନାଲ, ଏସେଣ୍ଟି, ଇଲେକ୍ଟ୍ରିକାଲ, ପାୱାର, ୱାଟର, ବ୍ରିଜ, ଇଲେକ୍ଟ୍ରିକାଲ (ଓପି), କ୍ୟାରେଜ ବିଭାଗ ତରଫରୁ ବିଭିନ୍ନ ପୂଜା ମଣ୍ଡପରେ ପୂଜା ଆରମ୍ଭ ହୋଇଛି l ସେହିପରି ସହରର ବିଭିନ୍ନ ୱେଲଡିଂ, ଫର୍ନିଚର, ଦୋକାନ ତଥା ପୌରବିଭାଗର ସଫେଇ କର୍ମଚାରୀ ସଙ୍ଘ ତରଫରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି l ଜଣମାନସଙ୍କ ଆକର୍ଷଣ ପାଇଁ ବିଭିନ୍ନ ଆଲୋକ ମାଳାରେ ସହର ସଜେଇ ହୋଇଛି l ପ୍ରତ୍ୟକ ବର୍ଷ ପବିତ୍ର କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୯/୨୦୨୪----୮,୪୫ Sakhigopal News,16/9/2024