Breaking News

ଦେବଶିଳ୍ପି ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି

 
ବରଗଡ଼ --- ଓଡିଶା ମୋଟର ଚାଳକ ସଂଘ, ଥୁଆପାଲି ଶାଖା ଓ ବିନ୍ଧ୍ୟବାସିନୀ ଚାଳକ ସଂଘ, ଥୁଆପାଲି ର ମିଳିତ ଆନୁକୂଲ୍ୟରେ ଦେବଶିଳ୍ପି ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟକର୍ତ୍ତା ଭାବେ ବିନ୍ଧ୍ୟବାସିନୀ ଚାଳକ ର ସଭାପତି ପିଣ୍ଟୁ ପାଢ଼ୀ ଦାଇତ୍ବ ତୁଲାଇଥିଲେ। ପଣ୍ଡିତ ଭାବରେ ରୁଦ୍ର ଦାସ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ।ଅତିଥିଭାବେ ରଶ୍ମିରଞ୍ଜନ ପାଢ଼ୀ ଯୋଗ ଦେଇ ସମସ୍ତ ଚାଳକ ସଂଘ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମୟରେ ସଂଘ ର ଉପସଭାପତି ଘନଶ୍ୟାମ ଖୁଣ୍ଟୁଲି, ସଂପାଦକ ଅଜିତ ବେଗ, ସହ ସମ୍ପାଦକ ରାମ ପଧାନ ସଦସ୍ୟ ଚିନ୍ତାମଣୀ ମେହେର, ଚକା ପୋଢ, ସରୋଜ ବେହେରା, ସୁଦାମ ବେହେରା,ଶିବଜୀ ସାହାନୀ, ଶଶୀଭୁଷଣ ଯୁଆଡି, ପୂର୍ଣ୍ଣଚନ୍ଦ୍ର, ନରେନ୍, ଦିବ୍ୟ, ବାସୁଦେବ ଓ ଅନ୍ୟାନ୍ୟ ସମସ୍ତ ଚାଳକ ବାବା ବିଶ୍ବକର୍ମାଙ୍କ ପୂଜା ରେ ସହଯୋଗ କରିଥିଲେ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୭/୯/୨୦୨୪----୬,୧୦ Sakhigopal News,17/9/2024

Blog Archive

Popular Posts