Breaking News

ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର ଅନୁଷ୍ଠିତ



ଭଞ୍ଜନଗର -- ସ୍ଥାନୀୟ ସାବିତ୍ରୀ ମହିଳା ମହବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ  ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଭାରତ ସମ୍ବିଧାନରେ ଧର୍ମ  ନିରପେକ୍ଷତା'' ଶୀର୍ଷକ ପାଠଚକ୍ରର  ବିଷୟ  ରହିଥିଲା । ଅଧ୍ୟକ୍ଷ ଡ଼ଃ ଶୁଶାନ୍ତ କୁମାର ମଲ୍ଲିକ, ଆୟୋଜିତ ପlଠଚକ୍ରରେ ଅଧ୍ୟକ୍ଷତା କରିବା ସହ  ପାଠଚକ୍ରର ବିଷୟବସ୍ତୁ ଲେଖିବାରେ  ଯୁକ୍ତତିନି  ଛାତ୍ରୀ ପୂଜାରଣି ସ୍ବାଇଁ ଙ୍କୁ ପରାମର୍ଶ ଓ ସହାୟତା କରିଥିଲେ।  ଡଃ. ପ୍ରଦୀପ କୁମାର ନାୟକ , ଅତିରିକ୍ତ ରାଜସ୍ବ କମିଶନର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ । ଧର୍ମନିରପେକ୍ଷତା ସଂକ୍ରାନ୍ତରେ ଡଃ ନାୟକ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅଧ୍ୟାପିକା ସଂଯୁକ୍ତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ  ଅଧ୍ୟାପକ ପ୍ରେମଚାନ୍ଦ ମଲ୍ଲିକ ସଭା ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ  ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଯୋଗ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୯/୨୦୨୪----୨,୧୦ Sakhigopal News,29/9/2024

Blog Archive

Popular Posts