ଚାଷୀ ପରିବାରର ଝିଅ ଡାକ୍ତରୀ ପାଠ ପଡିବ
ସାକ୍ଷୀଗୋପାଳ-----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ପଇଲିଢିପ ସ୍ଥିତ ଭଗବତୀ ସରସ୍ବତୀ ବିଦ୍ୟାମନ୍ଦିର ପକ୍ଷରୁ ନିଟ ପରୀକ୍ଷାରେ ଉନ୍ନୀତ କୃତି ମଧୁସ୍ମିତା ବିଶ୍ବାଳ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ପ୍ରଥମରୁ ଅଷ୍ଟମ-ଭଗବତୀ ସରସ୍ବତୀ ଶିଶୁମନ୍ଦିର ପଇଲିଢିପରେ ସେ ଅଧ୍ୟୟନ କରିଥିଲେ।କରାଯାଇଛି।ତାଙ୍କ ବାପା ପ୍ରଫୁଲ୍ଲ ବିଶ୍ବାଳ ଜଣେ ଚାଷୀ ଓ ମାତା ଝୁନାମଣି ବିଶ୍ବାଳ ଗୃହିଣୀ ଭାବେ କାର୍ଯ୍ୟ କରନ୍ତି। ନବମରୁ ଦଶମ-ପାରକେଣା ଉନ୍ନୀତ ଉଚ୍ଚବିଦ୍ୟାଳୟ ଅଧ୍ୟୟନ କରିଥିଲେ।
ନିଟ ପରୀକ୍ଷା ରେ ୬୫୧ ନମ୍ବର ରଖି
ସର୍ବ ଭାରତୀୟ ସ୍ତରରେ -Rank- 25438 କୃତିତ୍ୱ ଅର୍ଜନ କରିଛନ୍ତି।ବିଦ୍ୟାଳୟ ପ୍ରମୁଖ ଚିତ୍ରସେନ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ ଅତିଥି ଭାବେ ପରଜାପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର,ଉତ୍କଳ ମଣି ଗୋପବନ୍ଧୁ ହାଇସ୍କୁଲ ନୂଆସନ୍ଥର ବିଜ୍ଞାନ ଶିକ୍ଷକ ବିଶ୍ବଭୂଷଣ ସ୍ବାଇଁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବତୀ ସରସ୍ବତୀ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ(ଉପଦେଷ୍ଟା) ସୁଦାମ ବାରିକ, ପ୍ରଣୟିନୀ ମିଶ୍ର, ସୋନାଲି ମିଶ୍ର,ରଶ୍ମିରଞ୍ଜିତା ବାରିକ, ଲକ୍ଷ୍ମୀଲଳିତା ପ୍ରଧାନ, ମଧୁସ୍ମିତା ସାହୁ ମିନତୀ ମାଠ ପ୍ରମୁଖ ଉପସ୍ଥିତ ରହି କୃତିତ୍ବ ଅର୍ଜନ କରିଥିବା ଛାତ୍ରୀଙ୍କୁ ମାନପତ୍ର ଦେଇ ଆହୁରି ଆଗକୁ କୃତିତ୍ୱ ଅର୍ଜନ କରିବା ସହ ସାକ୍ଷୀଗୋପାଳର ନାମ ରଖିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୯/୨୦୨୪----୮,୩୦ Sakhigopal News,14/9/2024