ଅମୃତ୍ କୁଟୁମ୍" ର ଚତୁର୍ଥ ବାର୍ଷିକ ଉତ୍ସବ
ବରଗଡ଼ ------ ବରଗଡ ଜିଲ୍ଲା ଭେଡେନ ସ୍ଵେଚ୍ଛାସେବୀ ସଂଗଠନ "ଅମୃତ୍ କୁଟୁମ୍" ର ଚତୁର୍ଥ ବାର୍ଷିକ ଉତ୍ସବ ଓ ୩୦ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବରଗଡ ର ସ୍ଵେଚ୍ଛାସେବୀ ତଥା ଆଇନଜୀବୀ ଅଶୋକ କୁମାର ଅଗ୍ରୱାଲ ଓ ଡାଂଗବାହାଲ, ସାଇ ଭଜନ ମଣ୍ଡଳୀ ର ଉପଦେଷ୍ଟା ସୁନୀଲ ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଭେଡେନ ର ବିଜୟ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଭେଡେନ ଆଇଟିଆଇ ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ ପରିବେଷଣ କରିଥିଲେ।ଏହି ଉତ୍ସବ କୁ ସଂଯୋଜନା କରିଥିଲେ ସୁରେନ୍ଦ୍ର କୁମାର ପଣ୍ଡା । ପ୍ରଥମେ ଅତିଥି ମାନଙ୍କ ପକ୍ଷରୁ ମା ସମଲେଶ୍ଵରୀ ଦେବୀଙ୍କ ପ୍ରତି ଛବିର ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ, "ଅମୃତ୍ କୁଟୁମ୍" ସଭାପତି ଆନଂଦ ଚନ୍ଦ୍ର ସୁନା ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ଆସିଷ୍ଟାଣ୍ଟ ପ୍ରଫେସର ଡଃ ରାମଚନ୍ଦାନୀ, ସମ୍ମାନିତ ଅତିଥି ଭାବେ ଅମୃତ୍ କୁଟୁମ୍ ଉପଦେଷ୍ଟା, ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ କୁମାର ପଣ୍ଡା, ବରଗଡ ପଞ୍ଚାୟତ କଲେଜ ପ୍ରଫେସର ଶେଷନ ବିଶି, ସ୍ଵେଚ୍ଛାସେବୀ ତଥା ଆଇନଜୀବୀ ଅଶୋକ ଅଗ୍ରୱାଲ । ଅତିଥି ମାନେ ଅମୃତ୍ କୁଟୁମ୍ ର ସଦସ୍ୟ ମାନଙ୍କର ସମର୍ପିତ ସେବା ମନୋଭାବ, ଦୁର୍ଘଟଣା ବ୍ୟକ୍ତି ଙ୍କୁ ସାହାଯ୍ୟ କରିବା, ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରୁଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ବାର୍ଷିକ ଉତ୍ସବ ରେ ସମାଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ଗୌରହରି ମିଶ୍ର, ସଂଘମିତ୍ରା ପଟେଲ, ଟୁଇଟର ବୟ ରମେଶ ଚନ୍ଦ୍ର ମେହେର, ଶୁଶ୍ରୀୟା ମେଲ୍ଲି, ତେଜରାଜ ମେହେର ଓ ଧର୍ମପତ୍ନୀ ସପ୍ତେଶ୍ୱରୀ ମେହେର,ବିକଳାଙ୍ଗ ଶିକ୍ଷକ ଶ୍ଯାମ ସୁନ୍ଦର ଭୋଇ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଓ ରକ୍ତବିନ୍ଦୁ ସେବା ପରିବାର ଭୁବନେଶ୍ବର, ସାଇ ଭଜନ ମଣ୍ଡଳୀ ଡାଂଗବାହାଲ ଆଦି ବହୁ ସ୍ଵେଚ୍ଛାସେବୀ ସଂଗଠନ ମାନଂକୁ ପୁଷ୍ପମାଲ୍ୟ, ମାନପତ୍ର ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଉତ୍ସବରେ ଅମୃତ୍ କୁଟୁମ୍ ର ବାର୍ଷିକ ବିବରଣୀ ଓ ମାନପତ୍ର ପାଠ କରିଥିଲେ ଲଲିତ କୁମାର ସାହୁ। ପରିଶେଷରେ ଅଧ୍ୟାପକ ଧନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହାକୁ ସଂଯୋଜନା ଆନନ୍ଦ ଚନ୍ଦ୍ର ସୁନା ଓ ଧନେଶ୍ୱର ସାହୁ। ଏହି ଉତ୍ସବ କୁ ଅମୃତ୍ କୁଟୁମ୍ ର ସମସ୍ତ ସଦସ୍ଯ ସଦସ୍ୟା ଓ କୋଶଲ ସେନା ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୯/୨୦୨୪----୮,୪୦ Sakhigopal News,23/9/2024