ଭଞ୍ଜନଗର ସେଣ୍ଟ ଆନସ୍ ବିଦ୍ୟାଳୟ, ତରଫରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର---ଭଞ୍ଜନଗର ସ୍ଥିତ ସେଣ୍ଟ ଅlନସ ଇଂରାଜି ମାଧ୍ୟମିକ ବିଦ୍ୟାଳୟଠାରେ ଏକ ପରିବେଶ ସୁରକ୍ଷା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରକୃତିପ୍ରେମୀ ଶ୍ରୀ ଶୁଳପାଣି ଶତପଥୀ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସିଷ୍ଟର ଶlନ୍ତା କୁମାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିଚାଳନା କରାଯାଇଥିଲା l ମୁଖ୍ୟ ଅତିଥି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା, ବୃକ୍ଷଲତାର ଯତ୍ନ, ପ୍ରକୃତିର ସଂରକ୍ଷଣ ଓ ବୃକ୍ଷରୋପଣ ଉପରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ। ବିଶେଷ ଆକର୍ଷଣ ଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଅନେକ ଛାତ୍ରଛାତ୍ରୀ ଯୋଗଦାନ କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ତା ‘ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଉଦ୍ଧବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନେକ ସେବା କାର୍ଯ୍ୟ କରାଯାଇଥିଲା l ପଞ୍ଚାୟତ PEO ଯମୁନା ଜlନୀ, ସମାଜ ସେବୀ ଶ୍ରୀ ଭଞ୍ଜ କିଶୋର ପ୍ରଧାନ ଓ ଅଜୟ କୁମାର ମଲ୍ଲ ଆଦି ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l ସ୍କାଉଟ ଏବଂ ଗାଇଡ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସେହି ଅଞ୍ଚଳରେ ସଫେଇ କାର୍ଯ୍ୟ, ପଥପ୍ରାନ୍ତ ନାଟକ ଓ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୯/୨୦୨୪----- ୮,୪୫ Sakhigopal News,15/9/2024