Breaking News

ଏନ୍.ଏସ.ଏସ ଦିବସ ପାଳନ ଅବସରରେ ଜମଲା ଡିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ




ବରଗଡ--- 
ବରଗଡ ଜିଲ୍ଲା ପଦମପୁର  ଜମଲା ଡ଼ିଗ୍ରୀ କଲେଜ,ଜମଲା, ୟୁଥ୍ ଆସୋସିଏସନ୍ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଆଜି ଜମଲା ଡ଼ିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।  ସମାଜସେବୀ ନିରଜ ଦୋରା ଓ କଲେଜ ଅଧ୍ୟକ୍ଷ ଡ଼.ସ୍ଵାଧୀନ ଚନ୍ଦ୍ର ପଧାନ ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ୫ ଜଣ ମହିଳା ସମେତ ସର୍ବମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହା କୁ ବରଗଡ଼ ରକ୍ତ ଭଣ୍ଡାର ର ଅଧିକାରୀ ଓ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରି ଥିଲେ। ପ୍ରାୟତଃ ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦେଇଥିବା ରୁ ସେମାନେ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜମଲା ଡ଼ିଗ୍ରୀ କଲେଜ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ଜମଲା ଡ଼ିଗ୍ରୀ କଲେଜ ର ଅଧ୍ୟାପକ ସଦାନନ୍ଦ ସେଠ, ଆଶିଷ କୁମାର ଭୋଇ, ଅଭିଲାଶ ମିଶ୍ର, ଫଣିନ୍ଦ୍ର ସାହୁ, ଝସକେତନ ସାହୁ, ଅଧ୍ୟାପିକା ସୁରେଖା ଭୁଏ,କୁମୋଦିନୀ ସାହୁ,ଲାଇବ୍ରେରିଏନ ସୁମନ୍ତ କୁମାର ବାଜପେୟୀ କଲେଜ ର ସମସ୍ତ କର୍ମଚାରୀ ଙ୍କ ସହ ନିଷ୍ଠା ପରିବାର ର ସମ୍ପାଦକ ଲୋକନାଥ ସାହୁ,ସହ ସମ୍ପାଦକ ସଙ୍କେତ ଆଠଘରା ଓ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୯/୨୦୨୪---୬,୫୫ Sakhigopal News,24/9/2024

Blog Archive

Popular Posts