ଜନ କଲ୍ଯାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କୁ ନୈତିକତା ସମ୍ମାନରେ ସମ୍ମାନିତ
ବରଗଡ଼ -ବରଗଡ ର ଏକ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ଙ୍କୁ ସମାଜ ସେବା, ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କୁ ସାହାଯ୍ୟ ତଥା କୁଷ୍ଠ ରୋଗ ରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ସେବା ଓ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରି ବିଭିନ୍ନ ସୋସିଆଲ ଓ ଗଣ ମିଡ଼ିଆ ନଜରକୁ ଆସିଥିଲେ । ଏହାକୁ ନଜର କରି ଅଯୋଧ୍ୟାର ଏକ ରାଷ୍ଟ୍ରୟ ସାମାଜିକ ଅନୁଷ୍ଠାନ ଟ୍ରାଜେଡ଼ି ଫାଉଣ୍ଡେସନ ତରଫରୁ ସମ୍ମାନ ଜନକ ପୁରସ୍କାର ଶ୍ରୀ ଦାଶଙ୍କୁ ପ୍ରଦାନ କରିଛି । ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଦସ୍ୟମାନେ ଲୋକଙ୍କ ପାଖକୁ ଯାଇ ସହଯୋଗ କରିବା ପାଇଁ ଅନୁରୋଧ କରି ସେବା ଯୋଗାଇ ଆସିଛି । ଏହି କାର୍ଯ୍ୟ କରିବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି, ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି,ଏହି ସମ୍ମାନ ଡାକ ଯୋଗେ ତଥା ଇ-ମେଲ ମାଧ୍ୟମରେ ସମ୍ମାନ ପତ୍ର ଆସିଛି । ବରଗଡ଼ ଜନସାଧାରଣ ତଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସମସ୍ତ ଆଜୀବନ ସଭ୍ୟ ଓ ସଭ୍ୟା ତଥା ଟ୍ରଷ୍ଟ ବୋର୍ଡ କୁ ଶ୍ରେୟ ବୋଲି ପ୍ରକାଶ କରିଛନ୍ତି । ସମସ୍ତ କୁଂ ଆନ୍ତରିକତାର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ୧୩/୯/୨୦୨୪---୮,୪୬ Sakhigopal News,13/9/2024