Breaking News

ଗଣେଶ ପୂଜାରେ, ସାମାଜିକ ସେବା ସହ ପ୍ରକୃତି ସୁରକ୍ଷା ବାର୍ତ୍ତା ପ୍ରଦାନ



ଭଞ୍ଜନଗର - ସବୁଠି ଗଣେଶ ପୂଜାକୁ ନେଇ ଆକର୍ଷଣୀୟ ମେଢ଼, ଆଲୋକ ସଜ୍ଜା, ଜାକଜମକରେ ଭସାଣି ହେଉଛି । କିନ୍ତୁ ଏହାଠାରୁ ଟିକେ ଭିନ୍ନ ଢ଼ଙ୍ଗରେ ଗଣେଶ ପୂଜା ଆୟୋଜନ କରିଛନ୍ତି ଭଞ୍ଜନଗରର ଲଣ୍ଢେଇ ସାହି ସ୍ଥିତ ଯୁବକ ମାନେ । ଗତବର୍ଷ ଭଳି ଭକ୍ତଙ୍କୁ ପ୍ରସାଦ ସେବା ବ୍ୟବସ୍ଥା କରିବାସହ, ମେଢ଼ ଏବଂ ସାଜସଜ୍ଜା ରେ ପ୍ରକୃତି ଏବଂ ବୃକ୍ଷର ସୁରକ୍ଷା ପାଇଁ ପ୍ରତୀକ ମେଢ ପ୍ରସ୍ତୁତ କରିଥିଲେ । ଚଳିତ ବର୍ଷର ମେଢ଼ ଦେଖିବା ପାଇଁ ଆଖପାଖ ଅଞ୍ଚଳରେ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ସାହିର ଯୁବଗୋଷ୍ଠୀ କୁନାଲ୍ ,  ଚିତ୍ତରଞ୍ଜନ, କାହ୍ନୁ, ବାବୁଲା, ଟୁଙ୍ଗୁରୁ, ପ୍ରଭାତ, ସୀତେନ୍ଦ୍ର, ପ୍ରମୋଦ, ପ୍ରତାପ, ପ୍ରକାଶ, ପ୍ରଦୀପ, ବଚ୍ଚନ, ଜଗୁ, ହାପି ଏବଂ ପ୍ରଦୀପ ସ୍ବାଇଁ ପ୍ରମୁଖ ସହଯୋଗ ଓ ପରିଚାଳନା କରିଛନ୍ତି । ସେମାନେ ଗଣେଶ ପୂଜା ଅବସରରେ ଏକ ବାର୍ତ୍ତା ଅନ୍ୟ ମାନଙ୍କୁ ଦେଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୯/୨୦୨୪----୮,୩୫ Sakhigopal News,12/9/2024

Blog Archive

Popular Posts