Breaking News

ରାଜଦରବାର ସଦୃଶ ମଣ୍ଡପରେ ପୂଜା ପାଉଛନ୍ତି ଧବଳ ମୁଖା ଗଣେଶ






ଜଟଣୀ :--ଓଡିଶା ପ୍ରସିଦ୍ଧ ଜଟଣୀ ରେ ଗଣେଶ ପୂଜା  ଅବସରରେ ଚଳଚଞ୍ଚଳ ହୋଇପଡିଛି ସହର l ଅନେକ ପୂଜା ମଣ୍ଡପ ମଧ୍ୟରୁ ଜଟଣୀ ରାଜାବଜାରର ପୂଜା ପାଉଥିବା କାଦୁଆ ଗଣେଶ ଅନ୍ୟତମ l ଏଠାରେ କାଦୁଆ ଗଣେଶଙ୍କ ଧବଳ ମୁଖ ଦର୍ଶନ କଲେ ନିଃସନ୍ତାନ ନାରୀମାନଙ୍କ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l  ଏଥି ଯୋଗୁଁ ମଣ୍ଡପ ରେ ସକାଳୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଗହଳି ଲାଗିଥାଏ । ରାଜାବଜାର ପୂଜା କମିଟିର ସଭାପତି ଶରତ କୁମାର ସାହୁଙ୍କ ସୂଚନା ଅନୁଯାଇ ଏହି ପୂଜା ୧୯୩୬ ମସିହାରୁ ଆରମ୍ଭ ହୋଇଛି l ଏଠାରେ ଦୀନବନ୍ଧୁ ସାହୁ, କୁଳମଣି ଖୁଣ୍ଟିଆ, ରବିନ୍ଦ୍ରନାଥ ମିଶ୍ର, କବିରାଜ ଦୀନବନ୍ଧୁ ସାହୁ, ବିଦ୍ୟାଧର ସାହୁ, କେଳୁ ଚରଣ ପଟ୍ଟନାୟକ, ପ୍ରମ୍ମୁଖ ମିଳିତ ଭାବେ ପ୍ରଥମେ ପୂଜା ଆରମ୍ଭ କରିଥିଲେ l ଆଖପାଖ ଗ୍ରାମର ଗ୍ରାମବାସୀଙ୍କ ବିଶ୍ୱାସ ଥାଏ ପ୍ରତିବର୍ଷ କେତେ ଶୀଘ୍ର ଗଣେଶ ପୂଜାପାଇବେ, ବର୍ଷା ହେବ ଚାଷବାସର ଅନୁକୂଳ ହେବ ଏହି ବିଶ୍ୱାସ ବର୍ତ୍ତମାନ ସୁଦ୍ଧା ମନରେ ବିଶ୍ୱାସ ରହିଛି l ତେଣୁ ଏହିପୂଜା ବର୍ଷା କାଦୁଅ ପଚ ପଚ ପରିବେଶରେ ଅନୁଷ୍ଠିତ ହେଉଥିବାରୁ ଏହାକୁ କାଦୁଆ ଗଣେଶ କୁହାଯାଏ l ଏଠାରେ ଠାକୁରଙ୍କ ଆଉ ଏକ ମହାତ୍ମ୍ୟ ଯେ ବାବା ଗଜାନନ ଙ୍କ ପ୍ରତିମୂର୍ତ୍ତି ବିନା ରାସାୟନିକ ପଦାର୍ଥ ଏବଂ ବିନା କପଡା ବ୍ୟବହାରରେ ନିର୍ମାଣ ହୋଇଥାଏ ବୋଲି ସଂଘର ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ କୁହନ୍ତି l ଏହି ପୂଜା କମିଟି ରାଜ ଦରବାର ତଥା ରାଜା କଚେରୀ ଅଂଚଳରେ ରହିଥିବାରୁ ଏହି ଅଂଚଳର ନାମ ରାଜାବଜାର ନାମରେ ନାମିତ ହୋଉଛି l ଚଳିତ ବର୍ଷ ପୂଜାକୁ ଆକର୍ଷଣ କରିବାକୁ ୬୦ ଫୁଟର ୩ଟି ଘଣ୍ଟା ଘର ଲାଇଟ ତୋରଣ, ୫୭ ଫୁଟର ଅଯୋଧ୍ୟା ରାମମନ୍ଦିର ଆକୃତିର ଡିଜିଟାଲ ଲାଇଟ ତୋରଣ ସ୍ଥାନ ପାଇଛି l ପାରମ୍ପରିକ ରୀତିନୀତି ଅନୁଯାଇ ୧୧ ଦିନରେ ୧୧ ପ୍ରକାରର ଭୋଗ ଲାଗିହୁଏ l ପ୍ରତିଦିନ ମଧ୍ୟାହ୍ନରେ ପ୍ରଭୁଙ୍କ ନିକଟରେ ସଂକୁଡି ଭୋଗ ଲାଗି ହୋଇ ପ୍ରସାଦ ସେବନର ବ୍ୟବସ୍ତା ହୋଇଥାଏ l ପ୍ରତ୍ୟକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା, ଓଡିଶୀ ନୁର୍ତ୍ୟ ନାଟିକା ଅନୁଷ୍ଠିତ ହୋଇଥାଏ l ଏହି ପୂଜା ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ତିଥିରେ ଗଜାନନଙ୍କୁ ଯଥାବିଧି ରୀତିନୀତି ପାରମ୍ପରିକ ପଟୁଆରରେ ବିସର୍ଜନ କରାଯାଇଥାଏ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୯/୨୦୨୪---୮,୨୦ Sakhigopal News,12/9/2024

Blog Archive

Popular Posts