ମା ଜାଗୁଳାଇଙ୍କ ଆଖିରେ ବିରିବଟା ଯାବ ଦିଆଯାଇ ଆରବର୍ଷ ଷଷ୍ଟୀପର୍ବକୁ ଅପେକ୍ଷା
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମରେ ପୂଜିତ ମା ଜାଗୁଳାଇ ଶୁକ୍ରବାର ସକାଳୁ ଦେବୀଙ୍କର ଦାନ୍ତକାଠି ମାଜଣାପରେ ସମସ୍ତ ନୀତିକାନ୍ତି ସରିବା ପରେ ସୁନାବେଶରେ ଟାହିଆଲାଗି ଅନୁଷ୍ଠିତ ହୋଇଥିଲା । ମା ଜାଗୁଳେଇଙ୍କ ସୁନାବେଶରେ ଟାହିଆଲାଗି ବେଶ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଗହଳି ପରିଲକ୍ଷିତ ହୋଇଥିଲା ।ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ମନ୍ଦିର ତଚୁପାଶ୍ୱର୍ରେ ଅସ୍ଥାୟୀ ଦେକାନ ବଜାରରେ ଭିଡ ହୋଇଥିଲା । ପରେ ବିଳମ୍ବିତ ରାତ୍ରିରେ ମା’ଙ୍କ ଆଖିଦ୍ୱୟରେ ପରମ୍ପାରା କ୍ରମେ ବଟାବିରି ଯାବ ଦେଇ ଆସନ୍ତା ବର୍ଷ ଷଷ୍ଠୀଓଷା ପର୍ଯ୍ୟନ୍ତ ଆଖି ବନ୍ଦ କରିଦିଆଯିବର ପରମ୍ପରା ବି ଏବେ ଜୀବିତ ରହିଛି । ମାଙ୍କ ଆଖିରେ ବଟାବିରି ଯାବ ଦିଆଯିବା ପରେ ନିର୍ଶାଦ୍ଧ ରାତିରେ ମନ୍ଦିରର ଚତୁଦିଗରେ କଣ୍ଟାକିଳା ପର୍ବ ହୋଇଥାଏ । ଯାହାକି ଏ ସମ୍ପର୍କେ ବିଶେଷ କରି ଲୋକମାନେ ଜାଣିନଥାନ୍ତି । ଗ୍ରାମକୁ ବାହାର ଶ୍ରତୁ ବା ରୋଗ ଦାଉରୁ ରକ୍ଷା କରିବା ପାଇଁ ମାଙ୍କ ନିର୍ଦ୍ଦେଶ କ୍ରମେ ଏହି କଣ୍ଟାକିଳା ପର୍ବ ପାଳନ ହୋଇଥାଏ ବୋଲି ମାଙ୍କ ସେବକ ମାନେ କହିଥାନ୍ତି । ତାପରଦିନ ଏହି କଣ୍ଟାକିଳା ନେବା ପାଇଁ ଭକ୍ତ ମାନଙ୍କର ଗହଳି ଲାଗିଥାଏ । ବିଶେଷ କରି ପିଲାମାନଙ୍କର ପିହୁଳା, ପତଳାଝାଡା, ଜ୍ୱର, ଚମକିବା ଆଦି ରୋଗ ପାଇଁ ଏହା କାମ କରିଥାଏ ବୋଲି ଏବେବି ଲୋକମାନଙ୍କ ମନରେ ଅତୁଟ ବିଶ୍ୱାସ ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୯/୨୦୨୪ , ୭,୨୫