ଶିକ୍ଷାବିତ ତଥା ନାଟ୍ୟ ନିର୍ଦେଶକ ନାରାୟଣ ପ୍ରଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା
ବରଗଡ଼ ---- ବରଗଡ ଜିଲ୍ଲା ରେମଣ୍ଡା ଅଞ୍ଚଳର ଜଣାଶୁଣା ତଥା ସୁପରିଚିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ପ୍ରଧାନଙ୍କ ପରଲୋକ ହୋଇଯାଇଛି ।୧୯୪୫ ମସିହା ମାର୍ଚ୍ଚ ଆଠ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପ୍ରଧାନ ଅତାବିରା ବ୍ଲକ୍ ଅନ୍ତର୍ଗତ ଜନ୍ହାପଡା ଗ୍ରାମର ମୂଳ ନିବାସୀ ହୋଇଥିଲେ ମଧ୍ୟ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ରେମଣ୍ଡା ଗ୍ରାମ ଥିଲା ତାଙ୍କର କର୍ମ ଭୂମି। ରେମଣ୍ଡା ଅଞ୍ଚଳର ବିକାଶ ଦିଗରେ ତାଙ୍କର ବହୁବିଧ ଅବଦାନ ଅବିସ୍ମରଣୀୟ।ଶିକ୍ଷା,ସାମାଜିକ, ସାଂସ୍କୃତିକ ଆଦି ପ୍ରତିଟି କ୍ଷେତ୍ରରେ ବିକାଶ କରିବା ପାଇଁ ସେ ଶତ ଚେଷ୍ଟିତ ଥିଲେ । ସେଥିପାଇଁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ କର୍ମବୀର ମଙ୍ଗୁଳୁ ପ୍ରଧାନ ସ୍ମତି କମିଟି ଗଠନ କରି ସାମାଜିକ କାର୍ଯ୍ୟ ଅବ୍ୟାହତ ରଖିଥିଲେ। ସେ ଜଣେ ଅମ୍ଳାନ ପ୍ରତିଭା । ଶିକ୍ଷକ ନେତା, ରାଜନେତା, ମଞ୍ଚ ଅଭିନେତା ସହ ସୁନାମଧନ୍ୟ ନାଟ୍ୟ ନିର୍ଦେଶକ ମଧ୍ୟ ଥିଲେ । ସମାଜର ପ୍ରତିଟି କ୍ଷେତ୍ରରେ ତାଙ୍କ ଉପସ୍ଥିତିକୁ ଅଣଦେଖା କରାଯାଇ ନପାରେ । ସେ ନବଗଠିତ ଜନ୍ହାପଡା ଗ୍ରାମ ପଞ୍ଚାୟତର ପ୍ରଥମସରପଞ୍ଚ ଥିଲେ । ତାଙ୍କ ର ଆଉ ଏକ ବିଶେଷତ୍ଵ ହେଉଛି ରେମଣ୍ଡା ଅଞ୍ଚଳର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ହନୁପ୍ରଧାନ ଙ୍କ ନାତି । ତାଙ୍କ ଅବର୍ତ୍ତମାନରେଅଞ୍ଚଳ ରେ ଶୋକରେ ଛାୟା ଖେଳି ଯାଇଛି। ନିଜ ଜନ୍ମଭୂମି ଶ୍ମଶାନରେ ଅନ୍ତିମସଂସ୍କାର କାର୍ଯ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ସମାପିତ ହୋଇ ଯାଇଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୯/୨୦୨୪----୧୦,୪୫ Sakhigopal News,16/9/2024