Breaking News

ଲୋକଙ୍କର ମୌଳିକ ଅଧିକାର ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ





ନୟାଗଡ଼ ---- ରାସ୍ତା, ବିଦ୍ୟୁତ୍ , ପାଣି ଓ ମୋବାଇଲ ସେବା ପରି ମୌଳିକ ସେବା ଯୋଗାଇବା ଦାବି ନେଇ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ବିକାଶ ପରିଷଦ ଓ ୧୭ ଟି ଗାଆଁ ର ୨୦୦ ରୁ ଉର୍ଦ୍ଧ୍ବ ଆଦିବାସୀ ମାନେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ  ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।   ଏ ଅବସରରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ  ପ୍ରତିବାଦ ସଭାରେ ରାଜ୍ୟ ଉପସଭାପତି ନିରଞ୍ଜନ ଦାସ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ସୁନିତା ପଟ୍ଟନାୟକ, ଜିଲା ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପଢ଼ିହାରୀ, ଜିଲା ମହିଳା ସଭାନେତ୍ରୀ ଲିଲିବାଳା ନାଏକ, ଖଣ୍ଡପଡା ବ୍ଲକ ସଭାପତି ଆଶାମଣି ପ୍ରଧାନ, ସଙ୍ଗଠକ ଝୁନୁ ମଳିକ, ଉଷା ରାଉତ ,  ଗଣେଶ ନାୟକ, ସୁପ୍ରିୟା ଦାସ ପ୍ରମୁଖ ଯୋଗ ଦେଇ ସରକାର ଓ ପ୍ରଶାସନକୁ ସମାଲୋଚନା କରିଥିଲେ ।  ଜିଲାରେ ୨୨୯ ଗାଁକୁ ବିଦ୍ୟୁତ୍ ନଥିବା ବେଳେ  ୧୦୭  ଗାଁକୁ ଯିବାକୁ ରାସ୍ତା  ନାହିଁ ।ସେହିପରି  ୨୪୭ ଗାଁରେ ମୋବାଇଲ ନେଟୱାର୍କ ନ ଥିବାରୁ ଭାରତୀୟ ବିକାଶ  ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ  କରାଯାଇଛି । ଏନେଇ ଭାରତୀୟ ବିକାଶ ପରିଷଦ  ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କୁହନ୍ତି  ସବୁ ଗାଁ କୁ ରାସ୍ତା , ବିଦ୍ୟୁତ,  ଟେଲିଫୋନ ସେବା ଓ ପାନୀୟ ଜଳ ପରି ସର୍ବନିମ୍ନ ସୁବିଧା ଯୋଗାଇ ଦେବାକୁ ଦାବି  ରହିଛି! ବିଦ୍ୟୁତ୍ , ରାସ୍ତା , ଟେଲିଫୋନ ସେବା ମିଳୁ ନଥିବା ୧୭ ଗାଁ ଆମ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୨୪୭ ଗାଁରେ  ଏଭଳି ସମସ୍ୟା ରହିଛି!  ଏ ନେଇ ଜିଲ୍ଲାପାଳ ଙ୍କ ସହ  ଆଲୋଚନା ସମୟରେ ପ୍ରତିଶ୍ରୁତି ମିଳିଛି ଏହାର ସମାଧାନ କରାଯିବ ।
 ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ଗଡିଆ ସାହୀ ପଞ୍ଚାୟତ ର ସାଧୁଆ ପଲି, ଦସପଲା ବ୍ଲକ୍ ଅନ୍ତର୍ଗତ ଘୁଗୁଡି ପଡ଼ା ପଞ୍ଚାୟତର ଜାନିସାହି, ଗଣିଆ ବ୍ଲକ ବଡ଼ ସିଲିଙ୍ଗା  ପଞ୍ଚାୟତର ଡମା ଘାଟି, ବେଦାଡି, କୁମୁଡ଼ି, ତୁଡୁଙ୍ଗି , ସେରେଣ୍ଡା, ଭାଲିଆ ପଦର, ଜାମୁ ଝୋଲା, ମୁସୀ ଗୁଡ଼ା, ସଲପଗଣ୍ଡା,, ବଡ଼ ବାଙ୍କ ଝରି, ରାଇଖୋଲ, ରଗଡ଼ି ସାହୀ, ଡୁମୁ ଡୁମାର ପଡ଼ା ଗ୍ରାମ ବେଦାନି ନାଳି, ତାଲା ବାରି, ଧୈରା ବଣୀ, କୁଶ ଢିପ, ବଳିଆ ଝର,, ରେଗାଡି, ଜାନକା ଝୋଲା, କୁମୁ ଡି, ତୁଡୁଙ୍ଗି, ଲାଣ୍ଡିଆ କୁଟି ବାରି, ଓଷା ମୋଷ୍କା, ଖଳୀ ଘାଟି ପ୍ରଭୁତି ଆଦି ବହୁ ଆଦିବାସୀ ଅଧ୍ୟୁଷିତ ଗାଁ  ରେ ଏବେ ବି ନୀତି ଦିନିଆ ରାସ୍ତା ନଥିବା ବେଳେ ପାଦ ଚଲା ରାସ୍ତା ହୋଇଛି ଜିବା ଆସିବା ପାଇଁ ରାସ୍ତା। ଗାଁ କୁ ବିଦ୍ୟୁତ୍ ସଂଯୋଗ ନ ଥିବା ବେଳେ, କୀରୋ ସିନି ଅଭାବ ରୁ କାଠ ଜାଳି ଆଲୋକ ବାହାର କରି ଚଳୁଛନ୍ତି। କୌଣସି ଗାଁ କୁ ଫୋନ୍ ଲାଗୁ ନାହିଁ। କିଛି ଗାଁ ରେ ଫୋନ୍ ଟାୱାର ନିର୍ମାଣ ହୋଇ ଥିଲା ବେଳେ ଏହା କାର୍ଯ୍ୟ କ୍ଷମ ନ ହୋଇ ରହିଛି।  ଏହି ପରି ରାସ୍ତା ନିର୍ମାଣ ପାଇଁ ମଧ୍ୟ ବନ ବିଭାଗ ଅନୁ ମତି ଦେଉ ନାହିଁ କି ନିଜେ ରାସ୍ତା ନିର୍ମାଣ କରୁ ନାହିଁ,ଫଳରେ ଆଦିବାସୀ ମାନେ ଦୁଖ ଦୃଦସାରେ ଦିନ କାଟୁଛନ୍ତି। ଦେଖିବାକୁ ଗଲେ ଆଦିବାସୀ ମାନଙ୍କ ମୌଳିକ ଅଧିକାର  ନାହିଁ।ଆଦିବାସୀ ଙ୍କୁ ଜଙ୍ଗଲ ଜମି ପଟ୍ଟା ମଧ୍ୟ ଦିଆ ଯାଇ ନାହିଁ। ଆବଶ୍ୟକ ମୌଳିକ ଅଧିକାର ତାଙ୍କର ପୂରଣ ପାଇଁ ପ୍ରସାସନ ଦୃଷ୍ଟି ନ ଦିଏ ଆଗାମି ଦିନ ରେ ଏହି ଆଦିବାସୀ ହଜାର ହଜାର ସଂଖ୍ୟାରେ ରାଜ ରାସ୍ତାକୁ ଓହ୍ଲାଇ ବେ ବୋଲି କହିଛନ୍ତି । ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୨/୯/୨୦୨୪------୮,୫୫ Sakhigopal News,12/9/202417

Blog Archive

Popular Posts