ଜୁଣେଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିର୍ମାଣରେ ଅହେତୁକ ବିଳମ୍ବ, ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି।
କୋଣାର୍କ ---- କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ହାଟ ଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଗତ ୨୦୧୯ ମସିହା ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ ଶେଷ ନ ହେବା ଯୋଗୁଁ ରାଜସ୍ବ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ଯ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପୁରୀ ଜିଲ୍ଲା ପୂର୍ତ୍ତବିଭାଗ ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟା କରାଯାଇ ଏହି କାମ ଆରମ୍ଭ ହୋଇଥିଲା। ଆଜକୁ ୫ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଜୁଣେଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ, ଆବାସିକ ବାସଭବନ ସମେତ ବିଭିନ୍ନ କାମ ବାବଦରେ ପ୍ରାୟ ୪୫ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଜସ୍ବ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପୂର୍ତ୍ତବିଭାଗ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି କାମ ଦାୟିତ୍ବରେ ଥିବା ଠିକାଦାର ଙ୍କୁ କୋଣାର୍କ ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ କାମ ଶେଷ କରିବା ପାଇଁ ବାରମ୍ବାର ତାଗିଦ ସତ୍ତ୍ୱେ ଠିକାଦାରଙ୍କ ମନୋମୁଖୀ ଓ ଦାୟିତ୍ବହୀନତା ନୀତି ଯୋଗୁଁ ନିର୍ମାଣର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟଶେଷ ହୋଇ ପାରୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛ । ଏହି କାମଟିର ଆରମ୍ଭ ସମୟ ଓ ଶେଷ ସମୟକୁ ତର୍ଜମା କଲେ ଅନୁମେୟ ହୁଏ ଯେ କାର୍ଯ୍ୟ ଅବଧି ଦୀର୍ଘ ଦିନ ଧରି ଶେଷ ହୋଇଥିବା ବେଳେ କଣ ପାଇଁ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅଧାପନ୍ତରିଆ ଭାବେ ପଡ଼ିରହିଛି । ବିଭାଗୀୟ ଉଦାସୀନତା ନା କାର୍ଯ୍ୟ ଦାୟିତ୍ଵରେ ଥିବା ଠିକାଦାରଙ୍କ ମନୋମୁଖୀ ଓ ଦାୟିତ୍ବହୀନତା ନୀତି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏହି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଜୁଣେଇ ରାଜସ୍ବ ନିରୀକ୍ଷକ ଙ୍କ ପତ୍ର ଆଧାରରେ ଗୋପ ତହସିଲ ପ୍ରଶାସନ ବିଭିନ୍ନ ସମୟରେ ପୁରୀ ଜିଲ୍ଲା ପୂର୍ତ୍ତବିଭାଗ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏହି ଗୃହ ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ୨୦୧୯ ମସିହା ଠାରୁ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିବା ଯୋଗୁଁ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗୃହ ନିର୍ମାଣ ସଂପୂର୍ଣ୍ଣ କରିବାକୁ ପୂର୍ତ୍ତବିଭାଗ ଦ୍ବାରା ସ୍ଥିରୀକୃତ ଠିକାଦାର ଦୀର୍ଘ ସମୟ ଅତିବାହିତ କରିବାକୁ ନେଇ ଠିକାଦାର ବିରୋଧରେ ବିଭାଗ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ଅଥବା କେତେଥର ସରକାରୀ ଭାବେ ଚିଠି ଲେଖି ତାଗିଦ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ଦାବି କରାଯାଇଛି। ତୁରନ୍ତ ଏହି କାର୍ଯ୍ୟ ଶେଷ କରିବା ପାଇଁ ଜୁଣେଇ ରାଜସ୍ବ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପୁରୀ ଜିଲ୍ଲା ପୂର୍ତ୍ତବିଭାଗ ଅଧିକ୍ଷକ ଯନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୧୮/୯/୨୦୨୪----୯,୨୫ Sakhigopal News,18/9/2024