Breaking News

ଏଗାର ଲିଟର ଦେଶୀ ମଦ ଜବତ , ଦୁଇ ଗିରଫ


ସାକ୍ଷୀଗୋପାଳ--- ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀରେ ବେଆଇନ ନିଶା କାରବାର ରୋକିବା ନେଇ ଆରମ୍ଭ ହୋଇଛି ଚଡାଉ । ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁଙ୍କ ତତ୍ୱବଧାନରେ ଏକ ଟିମ ଗଠନ କରାଯାଇ ବେଆଇନ ନିଶା ବେପାରୀଙ୍କ ଉପରେ ଚଡାଉ ଜାରି ରହିଛି । କୌଣସି ସୁତ୍ରରୁ ଖବର ପାଇ ନଳିବସନ୍ତ ଗ୍ରାମର ନିରଞ୍ଜନ ସ୍ୱାଇଁ ଙ୍କ ନିକଟରୁ ୬ ଲିଟର ଦେଶୀ ( ଆସ୍କା ଫଟି) ମଦ ଜବତ କରିବା ସହ ୨୭୩/୨୪ ରେ ଏକ କେସରୁଜ କରାଯାଇଛି । ସେହିପରି ନରଣପୁର ଗ୍ରାମରେ ଚଡାଉ କରି ଅର୍ଜୁନ ବେହେରାଙ୍କ ଠାରୁ ୫ ଲିଟର ଦେଶୀମଦ ଜବତ କରାଯାଇଛି । ୨୭୨/୨୪ରେ ଅବକାରୀ କେସରୁଜ କରାଯାଇ ଦୁଇ ଜଣଙ୍କୁ କୋର୍ଟକୁ ପଠାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀରେ ବେଆଇନ ନିଶା କାରବାର ରୋକିବା ପାଇଁ ଚଡାଉ ଜାରି ରହିବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୯/୨୦୨୪----୭,୨୫    Sakhigopal News, 28/9/2024

Blog Archive

Popular Posts