ସତ୍ୟବାଦୀ ବ୍ଳକ ସ୍ତରୀୟ ପୋଷଣ ମାସ ପାଳନ
ସାକ୍ଷୀଗୋପାଳ----- ସତ୍ୟବାଦୀ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପୋଷଣ ମାସ ପାଳନ ହୋଇଯାଇଛି । ମିଶନଶକ୍ତି ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଉପସ୍ଥିତ ଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ କହିଥିଲେ ଆପଣ ମାନେ ପକୃତରେ ଜଣେ ଜଣେ ମା । ପିଲାଟି ଗଭସ୍ଥ ହେବା ପର ଠାରୁ ଆପଣ ମାନେ ମା ଠାରୁ ଅଧିକ ଯତ୍ନବାନ ହୋଇପଡିଥାନ୍ତି ଶିଶୁଟି ପାଇଁ । ଶିଶୁଟି ଯନ୍ମ ନେବାପରେ ପରେ ତାର ଯତ୍ନ ନେବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଦାନ ଦେଇ ଠିଆ କରାଇଥାନ୍ତି । ସତ୍ୟବାଦୀ ବ୍ଳକର ସିଡିପିଓ ରାଜଲକ୍ଷ୍ମୀ ଦାଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହିତ ରାଜ୍ୟ ସରକାରଙ୍କ ପୋଷଣ କାର୍ଯ୍ୟକ୍ରମ କରିବା ଦ୍ୱାରା ଗ୍ରାମ ମାନଙ୍କରେ ମହିଳା ମାନେ ସଚେତନତା ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ବିଏଲଏଫର ସମ୍ପାଦିକା ପ୍ରଭାସିନୀ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ । ସମସ୍ତ ସୁପରଭାଇଜର ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରୁ ଆସିଥିବା ପିଲାମାନେ ବିଭିନ୍ନ କୌତୁକିଆ ପୋଷଣ ପୋଷାକ ପରିଧାନ କରିବା ସହ ନାଜଗୀତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୪----୭,୨୫ Sakhigopal News, 3/9/2024