Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ବିଜ୍ଞାନ ସେମିନାରରେ; ଶୁକଳର ତୁତୀୟ ଦେବ ନୋଡାଲ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତା ଜିଲ୍ଲା ସ୍ତରକୁ ମନୋନୀତ

 


 ସାକ୍ଷୀଗୋପାଳ--- ସତ୍ୟବାଦୀ ହାଇସ୍କୁଲ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସେମିନାରରେ ଶୁକଳ ସ୍ଥିତ ତୁତୀୟ ଦେବ ନୋଡାଲ ହାଇସ୍କୁଲର ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ବିଜ୍ଞାନ ସେମିନାରରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ଗାଇଡି ବିଜ୍ଞାନ ଶିକ୍ଷୟତ୍ରୀ ନିରୁପମା ବରାଳଙ୍କ ୍‌ତତ୍ୱବଧାନରେ ସମ୍ପ୍ରତି ସମୟରେ ବ୍ୟକ୍ତି କିଭଳି କୃତ୍ରିମ ବୁଦ୍ଧିମତା ପ୍ରୟୋଗ କରି ତାର ଲକ୍ଷ ହାସଲ କରିଛି ଓ ଏହା ଆଗାମୀ ଦିନରେ ମାନବସମାଜ ଉପରେ ପଡୁଥିବା ପ୍ରଭାବକୁ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଏହି ସେମିନାରରେ ବ୍ଳକର ୧୮ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ର ଓ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଏବିଇଓପ୍ରଭାସ ଚନ୍ଦ୍ର କରଣ ଓପୋନିନାଥ ଦେବ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ ଯୋଗ ଦେଇଥିବା ବେଳେ  ଏକ ବିଜ୍ଞାନ କଲେଜର ଅଧ୍ୟପକ ରୂପାଲୀ ସାହୁ  ଓ ଶିକ୍ଷକ ପ୍ରଦୀପମହାପାତ୍ର ବିଚାରକ ଭାବେ ରହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ମନ୍ଦୀୟ କୁଇଜ ପ୍ରତିଯୋଗିତା କରାଯାଇଥିଲା । ମୃତୁଞ୍ଜୟ ମହାପାତ୍ର, ପୂଜା  ମିଶ୍ର, ଶିଳ୍ପୀରେଖା ତ୍ରିପାଠୀ, ଶ୍ୱେତା ମହାପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସେମିନାର ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୪---୭,୨୫     Sakhigopal News, 21/9/2024


Blog Archive

Popular Posts