Breaking News

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ, ବେଆଇନ୍ ମଦ ଜବତ



ଭଞ୍ଜନଗର - ଚିକିଟି ମଦମୃତ୍ୟୁ ପରେ ସାରା ରାଜ୍ୟରେ ଚୋରା ମଦ କାରବାର ନେଇ ଧରପଗଡ଼ ଚାଲିଛି । ଏହି କ୍ରମରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଡିମ୍ବିରିପଲ୍ଲୀ ଗା ନିକଟରୁ ଶୁକ୍ରବାର ଦିନ ଅବକାରୀ ଏବଂ ପୋଲିସ ବିଭାଗ ପକ୍ଷରୁ ଚଢାଉ କରି, ବିପୁଳ ପରିମାଣର ମଦ ଜବତ ହୋଇଛି । ବୁଗୁଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗର କର୍ମଚାରୀ ଓ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ୪୮ ଲିଟର ମଦ ଜବତ କରାଯାଇଥିବା ବେଳେ ୧୨୫୦ ଲିଟର ପୋଚ ନଷ୍ଟ କରାଯାଇଛି । ଗାଁ କେନାଲ ନିକଟରେ ଚୋରା ମଦ ତିଆରି ହେଉଥିବା ନେଇ ଖବର ପାଇବା ପରେ ଏହି ଚଢ଼ାଉ ହୋଇଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଥିବା, ବିଭାଗ ପକ୍ଷରୁ ସୂଚନା ମିଳିଛି  ।ଚଢାଉରେ ଏସଆାଇ ରାମେଶ୍ୱର ବେହେରା ସମେତ କର୍ମଚାରୀ ଭାଗ ନେଇଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୯/୨୦୨୪----୮,୩୫ Sakhigopal News,13/9/2024

Blog Archive

Popular Posts