ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ , ଭଷାଣି ଉତ୍ସବରେ ସଂଘବଦ୍ଧ ଆକ୍ରମଣ
ଜଟଣୀ: ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଭସାଣି ଉତ୍ସବ ବେଳେ ରାଜାବଜାର ବ୍ୟବସାୟୀ ମେଢ଼ ଆସୁଥିବା ସମୟରେ କିଛି ଅସାମାଜିକ ଯୁବକ ସଂଘବଦ୍ଧ ଭାବରେ ଭିଡ଼ ମଧ୍ୟରେ ପଶି କମିଟିର ସଦସ୍ୟମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଟଣୀ ଥାନାରେ ଅଭିଯୋଗ ହୋଇଅଛି । ଅଭିଯୁକ୍ତଙ୍କୁ ଗିରଫ ଦାବି କରି କମିଟିର ସଦସ୍ୟମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଘଟଣା ଦିନର ଭିଡିଓ ଫୁଟେଜ୍ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣାକୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି l
ଅଭିଯୋଗ ଅନୁସାରେ, ଗତ ୧୮ତାରିଖ ରାତିରେ ରାଜା ବଜାରରୁ ଭସାଣୀ ପାଇଁ ମେଢ଼ ବାହାରିବା ବେଳେ କମିଟିର ସଦସ୍ୟଙ୍କ ସମେତ ସାଧାରଣ ଲୋକମାନଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଏହି ସମୟରେ ସୀତାରାମ ଛକ ନିକଟରେ ହଠାତ୍ କିଛି ଅସାମାଜିକ ଯୁବକ ଭିଡ଼ରେ ପସି ପୂଜା କମିଟିର ଜଣେ ସଦସ୍ୟଙ୍କୁ ଘୋଷାଡ଼ି ନେଇ ମାଡ଼ ମାରିଥିଲେ। ପରେ ଅନ୍ୟ ସଦସ୍ୟମାନେ ଘେରିଯାଇ ଛଡ଼ା ଛଡ଼ି କରିବାରୁ ସେମାନେ ପଳାଇଥିଲେ। ଏହାପରେ ପୁଣି ପଞ୍ଜାବ ବ୍ୟାଙ୍କ ନିକଟରେ ମଧ୍ୟ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପୂଜା କମିଟିର ୬ଜଣ ସଦସ୍ୟ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝା ସୁଝା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମେଢ଼ ବିସର୍ଜନ ପାଇଁ ନିଆଯାଇଥିଲା । ଏଠି ପ୍ରଶ୍ନ ଉଠେ ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଚାରି ଚାରିଥର ପ୍ରସ୍ତୁତି ବୈଠକର ଏହା କଣ ପରିଣାମ ?। ସ୍ଥାନୀୟ ବୁଦ୍ଧିଜୀବିକଙ୍କ ମତରେ ଜଟଣୀ ଗଣେଶ ପୂଜା କହିଲେ ସହରର ୧୮ ଟି ମୁଖ୍ୟ ବ୍ୟବସାୟିଙ୍କ ସଂଘ ଦ୍ୱାରା ଆୟୋଜିତ ଗଣେଶ ପୂଜା ମେଢ଼ କହିଲେ ଅତ୍ୟୁକ୍ତି ହେବନାହିଁ l ବିଭିନ୍ନ ରାଜନୈତିକ ଦଳ, ମହାସଂଘ ସଭାପତି ଏବଂ ଭଷାଣି ଉତ୍ସବର ସଭାପତି ନିଜ ନିଜର ଆତ୍ମ ଗରିମା ବଜାଇ ରଖିବାପାଇଁ ତଥା ଭାଇଚାରାର ମିଛ ଦ୍ୱାହି ଦେଇ ପ୍ରଶାସନ ପାଖରେ ବିଭିନ୍ନ ସାହି ମେଢ଼ ସାଙ୍ଗକୁ କ୍ଲବର ମେଢ଼ ସାମିଲ କରିବା ଦ୍ୱାରା ଭଷାଣି ଉତ୍ସବ ଅଶାନ୍ତ ହେବାର ମୁଖ୍ୟ କାରଣ l ଏବଂ ଆହୁରି କହିବାକୁ ଗଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ କହିଲେ ଅତ୍ୟୁକ୍ତି ହେବନାହିଁ l ସହରର ଯେଉଁ କୋଣକୁ ଚାହିଁବ ସବୁଆଡେ ମଦ ଠାରୁ ଆରମ୍ଭ କରି, ଗଞ୍ଜେଇ, ଭାଙ୍ଗ, ଧଳା ଜହରର କାରବାରରେ ଭର୍ତ୍ତି l ସହରରେ ନିଶାସକ୍ତ ଯୁବକଙ୍କ ଭିଡ଼ ଜମିବାରେ ଲାଗିଛି l ଏହାକୁ ରୋକ ଲଗେଇବାରେ ଆମର ଭରଷା ଯୋଗ୍ୟ ପୋଲିସ ପ୍ରଶାସନ ସମ୍ପୂର୍ଣ ବିଫଳ l ଯାହାକି ଆଜି ପୂଜା ଭଷାଣିରେ ଘଟିବା ଘଟଣା ଏହାର ମୁକ ସାକ୍ଷୀ l ପୂଜା ପୂର୍ବରୁ ପୋଲିସ ପ୍ରଶାସନ ପ୍ରତ୍ୟକ ନିଶା ବେପାରୀଙ୍କ ଉପରେ ଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋକ ଲଗାଇବା ସଙ୍ଗେ ସଙ୍ଗେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ତଡିପାର ଆଇନ ପ୍ରଣୟନ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l ବର୍ତ୍ତମାନ ରାଜାବଜାର ପୂଜା କମିଟିର ସଦସ୍ୟ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ମାନଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସାୟୀ ସଂଘର ଦାବି l ନହେଲେ ପୋଲିସ ପ୍ରଶାସନ ଉପରୁ ସହର ବାସୀଙ୍କ ସମ୍ପୂର୍ଣ ଆଶା ଓ ବିଶ୍ୱାସ ତୁଟିଯିବ ବୋଲି ସମସ୍ତ ବ୍ୟବସାୟୀଙ୍କ ମତ ପ୍ରକାଶ ପାଇଛି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୯/୨୦୨୪----୯,୧୦ Sakhigopal News,23/9/2024
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୯/୨୦୨୪----୯,୧୦ Sakhigopal News,23/9/2024