>>
  • ରାଜରାଣୀ' ଏକ୍ସପ୍ରେସ ଟ୍ରେନରୁ ଉଦ୍ଧାର ; ପରିବାର ସଦସ୍ୟଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିରୀହ ବାଳିକାଙ୍କୁ ବିଦେଶ ଚାଲାଣ ଅଭିଯୋଗ
  • >>
  • ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରି, ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ , ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ ହାଫ୍ ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କଲେ
  • >>
  • ସତ୍ୟବାଦୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ୟୁନିଅନ୍ ସଭାପତି ଙ୍କର ସରକାରୀ ସେବା ନିବୃତ୍ତି
  • >>
  • ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
  • >>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ରାସ୍ତା କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର, ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖ ବିନା ଚାଲିଛି କାମ




    ଜଟଣୀ :-ସହରର ବହୁ ପ୍ରତିକ୍ଷୀତ ଉଡ଼ନ୍ତା ପୋଲ ରାଜନୈତିକ ଛକା ପଞ୍ଝା ଭିତରେ ଦୀର୍ଘ ୮ ବର୍ଷ ପରେ ସମ୍ପୂର୍ଣ ହେଲା l ଉଡ଼ନ୍ତା ପୋଲ ନିର୍ମାଣ ପରେ ପୋଲର ଦୁଇ ପାର୍ଶ୍ୱର ଶାଖା ରାସ୍ତା ନିମ୍ନ ମାନର କାମ ପାଇଁ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା l ଅଭିଯୋଗ ପରେ ବାରମ୍ବାର ସିମେଣ୍ଟ ଗୋଡ଼ିର ପଟୀ ପକାଇ ପୂର୍ତ୍ତ ବିଭାଗ କାମ ସାରିଦିଅନ୍ତି l ବର୍ଷା ଅସରାୟ ହେଲେ ଯଥା ପୂର୍ବଂ ତଥା ପରଂ ଅବସ୍ଥା ହୋଇଯାଏ l ଏହାକୁ ନେଇ ଓଡିଶା ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା l ସାଂସଦଙ୍କ ଶେଷ ପ୍ରସ୍ତୁତି ବୈଠକରେ ଜଟଣୀ "ପ୍ରେସ କ୍ଲବ"ପକ୍ଷରୁ ଏହି ରାସ୍ତାର ଦୁରାବସ୍ଥାକୁ ନେଇ ଏକ ଅଭିଯୋଗ ପତ୍ର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଦାନ କରାଯାଇଥିଲା l ଅଭିଯୋଗ ପତ୍ର ପଢି ପୂଜା ପୂର୍ବରୁ ରାସ୍ତାର ମରାମତି ଓ ନବୀକରଣ କରାଯିବାର ପ୍ରତିଶୃତି ପ୍ରଦାନ କରିଥିଲେ l ପୂଜାର ୨ ଦିନ ପୂର୍ବରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାସ୍ତା ନବୀକରଣର ଶିଳାନ୍ୟାସ କରିଥିଲେ l  ଦୁଇ ଦିନ ପୂଜା ଥିବାରୁ ପୂଜା ଭିତରେ ରାସ୍ତାର ନବୀକରଣ ଅସମ୍ଭବ ଥିବାରୁ ପୂଜା ପରେ ଅର୍ଥାତ ତା ୧୯/୦୯/୨୪ ରିଖରେ ରାସ୍ତା କାମ ଆରମ୍ଭ ହେଲା l ବିଳମ୍ବ ହୋଇଥିଲେ ମଧ୍ୟ ପୂଜା ଶେଷ ହେବା ପରେ ଉଡ଼ନ୍ତା ପୋଲର ଉଭୟ ପାର୍ଶ୍ଵ ରାସ୍ତା ର ନବୀକରଣ ଆରମ୍ଭ ହୋଇଛି l ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ରାସ୍ତାର ପ୍ରଶସ୍ତି କରଣ କରା ନ ଯିବାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅଶୋନ୍ତୋଷ ପ୍ରକାଶ ପାଇଛି l ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବେଆଇନ ଦୋକାନ ପାଇଁ ସେ ରାସ୍ତାରେ ମୋ ବସ ଚଳାଚଳରେ ଏବଂ ନିରୀହ ଜନସାଧାରଣଙ୍କ ଯିବାଆସିବାରେ ଅନେକ ଅସୁବିଧା ହୁଏ l ବେଆଇନ ଦୋକାନ ଉଚ୍ଛେଦ ନ କରି ରାସ୍ତାକୁ ପ୍ରଶସ୍ତି କରଣ କରା ନ ଯାଇ କାହା ସ୍ୱାର୍ଥରେ ରାସ୍ତାର ନବୀକରଣ କାମ ଚାଲିଛି ତାହା ସାଧରଣରେ ପ୍ରଶ୍ନବାଚୀ ? । ରାସ୍ତାର ନବୀକରଣ କାର୍ଯ୍ୟରେ ଅନିୟମିତତା ଥିବା ପ୍ରକାଶ ପାଇଛି l ଏହି କାମପାଇଁ ଟେଣ୍ଡର ପ୍ରକ୍ରିୟା ହୋଇ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି l ସ୍ଲିଟପ ୱାର୍କ ମାଧ୍ୟମରେ ଯାହାକି ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାମ ଚାଲୁଥିବା ଅଭିଯୋଗ ହେଉଛି l ରାସ୍ତା କାମ ଚାଲିଥିବା ସମୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁ ନାହିଁ l ରାସ୍ତା କାମରେ ବ୍ୟବହାର ହେଉଥିବା ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ ହେଉଛି l ବ୍ୟବହାରିକ ସାମଗ୍ରୀର ମାନ ପରୀକ୍ଷା ପାଇଁ ପୂର୍ତ୍ତ ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ନାହାନ୍ତି l ରାସ୍ତାର   ମୋଟେଇ ଓ ଚଉଡା କାର୍ଯ୍ୟରେ ଅନିୟମିତତା ଥିବା ସାଧାରଣରେ ପ୍ରକାଶ ପାଇଛି l କାର୍ଯ୍ୟ ପୂର୍ବରୁ କୌଣସି ସୂଚନା ଫଳକ ନାହିଁ l କେଉଁ ସଂସ୍ଥା ଦ୍ୱାରା ରାସ୍ତା କାମ ଚାଲିଛି, କେତେ ମିଟର ରାସ୍ତାର ନବୀକରଣ ହେବ ଏହି କର୍ଯ୍ୟପାଇଁ ଅଟକଳ ମୂଲ୍ୟ କେତେ ତାହା ଜନସାଧାରଣଙ୍କ ନିକଟରେ ପ୍ରକାଶ ନାହିଁ l ଠିକାଦାରଙ୍କ ମନମାନି ରେ ଚାଲିଛି ରାସ୍ତା କାମ l ଦେଖିବାର ଅଛି ଏ ରାସ୍ତାର ଦୀର୍ଘାୟୁ କେତେ ଦିନ ?।
    ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୯/୨୦୨୪----୯,୪୫ Sakhigopal News,21/9/2024

    Blog Archive

    Popular Posts