Breaking News

ସତ୍ୟବାଦୀରେ ସୁଭଦ୍ରା ରଥକୁ ସ୍ୱାଗତ ସହିତ ପଦଯାତ୍ରା




ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକର ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ରଥକୁ ସ୍ୱାଗତ କରିବା ସହ ଏକ ପଦଯାତ୍ରା ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରୁ ବକୁଳବନ ସ୍ଥିତ ପଞ୍ଚସଖା ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ଏକ ସ୍କୋଗାନ ଓ ସ୍ୱାକ୍ଷର ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ବିଡିଓ ଲିପିସା ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସିଡିପିଓ ରାଜଲକ୍ଷ୍ମୀ ଦାଶ , ଓଡିଶା ଜୀବିକା ମିଶନର ଅଧିକାରିଣୀ  ଶ୍ୱାସତୀ ଦାଶଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଷଲ । ପଦଯାତ୍ରାରେ ଅଙ୍ଗନୱାଡି କର୍ମୀ, ଆଶାଦିଦି, ଏମ ବିକେ,  ମିଶନ ଶକ୍ତିର ମହିଳା ନେତ୍ରୀ କନକଲତା ପଣ୍ଡ, ଲକ୍ଷ୍ମୀପିୟା ଦାଶ ଙ୍କ ସହିତ ବିଭିନ୍ନ ମହିଳା ନେତ୍ରୀ ମାନେ ଯୋଗ ଦେଇ ହାତରେ ବିଭିନ୍ନ ଲେଖାଥିବା ପ୍ଳାକଡ ଧରି ପଦଯାତ୍ରାରେ ସାମିଲ ହୋଇଥିଲେ । ପରେ ପରେ ଏହି ରଥ ଜୟପୁର, ଦୁଗଲ, ବିଶ୍ୱନାଥପୁର, ପେଣ୍ଠପଡା ଆଦି ପଞ୍ଚାୟତରେ ବୁଲିଥିବଲା ।ଏଥିରେ ଜୟପୁର ସମିତିସଭ୍ୟ ଦୀପକ ଶତପଥି , ଦେବଦତ୍ତ ସାମନ୍ତରାୟ , ପେଣ୍ଠପଡା ସରପଞ୍ଚ ଜିନ୍ମୟ ରାଉତରାୟ ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୯/୨୦୨୪---୭,୧୦     Sakhigopal News, 15/9/2024


Blog Archive

Popular Posts