ମାକେଣ୍ଡଶ୍ୱର ଚାଷୀ କୃଷି ଉତ୍ପାଦନ କମ୍ପାନୀର ଦୁତୀୟ ବାର୍ଷିକ ସାଧାରଣ ବୈଠକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ଓରମାସ ସହଯୋଗରେ ଗଠିତ ମାକେଣ୍ଡଶ୍ୱର ଚାଷୀ କୃଷି ଉତ୍ପାଦନ କମ୍ପାନୀର ଦୁତୀୟ ବାର୍ଷିକ ସାଧାରଣ ବୈଠକ ସାକ୍ଷୀଗୋପାଳ ସ୍ଥିତ ନଡିଆ ଫାର୍ମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା , ଓରମାସର ଅତିରିକ୍ତ ମ୍ୟାନେଜର ଭକ୍ତି ପଟ୍ଟନାୟକ ଓ ଉଦ୍ୟାନ ବିଭାଗର ମୁଖ୍ୟ ମନ ରଞ୍ଜନ ସାହୁ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆତ୍ମାର ବିଟିଏମ ସୋଲେଶ କୁମାର ଦାଶ , ଉପେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ପୁରୀ ଜିଲ୍ଲାରେ ଏହି ଅନୁଷ୍ଠାନ ପ୍ରଥମ । ଏହି ଅନୁଷ୍ଠାନର ଉନ୍ନତି ହେବ ଏଥିରେ ଥିବା ସମସ୍ତ ସଦସ୍ୟା ମାନେ ଏକାଠି ହୋଇ କାମ କରିଲେ ନିଶ୍ଚିତ ଭାବେ ଏହି ଅନୁଷ୍ଠାନ ଆଗେଇ ଯିବ ବୋଲି କହିଥିଲେ । ସେହିପରି ଓରମାସର ଅତିରିକ୍ତ ମ୍ୟାନେଜର କହିଥିଷଲ ଆମେ ତିନି ବର୍ଷ ମଧ୍ୟରେ ୧୫ଶହ ମହିଳା ମାନଙ୍କୁ ଏହି କମ୍ପାନୀରେ ସଦସ୍ୟା ଭାବେ ଗ୍ରହଣ କରିବାର ଲକ୍ଷ୍ୟ ରଖିଛୁ । ଏହି କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ନଡିଆ, ପନିପରିବା ଓ ଧାନ ଉତ୍ପାଦନ କରିବା ସହ କିଣାବିକା କରିବା ପାଇଁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ମୃାନେଜିଂ ଡାଇରେକ୍ଟର ସରଜିତା ହରିଚନ୍ଦନ କହିଥିଷଲ । ବର୍ତ୍ତମାନ ୧୯ ଗୋଟି ପଞ୍ଚାୟତରୁ ୪୮୦ ଜଣ ଏହି କମ୍ପାନୀରେ ସାମିଲ ହୋଇଛନ୍ତି । କମ୍ପାନୀର ଡାଇରେକ୍ଟର ଗିତାଞ୍ଜଳି ରଥ ସହିତ ବୋଡ ସଦସ୍ୟା କନକଲତା ପଣ୍ଡା, ଲକ୍ଷ୍ମୀପିୟା ଦାଶ, ନଳିନି ମହାପାତ୍ରରିନା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟା ଇତିଶ୍ରୀ ସାସମଲ, ସୁଲଚନା ମହାରଣା, ମାନସି ପରିଡା ପ୍ରମୁଖଙ୍କୁ ପ୍ରମାଣପତ୍ର ଅତିଥି ମାନେ ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୯/୨୦୨୪----୭,୨୫ Sakhigopal News, 30/9/2024