Breaking News

ଆନ୍ତର୍ଜାତିକ ବିଶ୍ଵପର୍ଯ୍ଯଟନ ଦିବସ ଅବସରରେ ସୁପର ବାଇକି ରାଲି ଶାନ୍ତିସ୍ତୁପ ଧଉଳିରୁ ଆରମ୍ଭ ହୋଇ ଐତିହ୍ୟ କୋଣାର୍କ ଶେଷ, ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

କୋଣାର୍କ ---- ଆନ୍ତର୍ଜାତିକ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର କୋଣାର୍କରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ "ବିଶ୍ୱ ପର୍ଯ୍ୟଟନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।  ଏହି ଅବସରରେ ବାଇକ ସୁପର ରାଲି  ଶାନ୍ତିସ୍ତୂପ ଧଉଳି ଠାରୁ ଆରମ୍ଭ ହୋଇ ପିପିଲି, ସାକ୍ଷୀଗୋପାଳ ,ମାଳତୀପାଟପୁର ଦେଇ ପୁରୀ - କୋଣାର୍କ ମେରାଇନ ଢ୍ରାଇଡ ରାସ୍ତା ହୋଇ ବିଶ୍ବ ଐତିହ୍ୟ  ସ୍ଥଳୀ କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପହଞ୍ଚିଥିଲେ। ସେମାନଙ୍କୁ  ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ପରେ ଆୟୋଜିତ ପର୍ଯ୍ୟଟନ ଦିବସ ସମାରୋହ କାର୍ଯ୍ୟକ୍ରମରେ ପୁରୀ ଲୋକସଭା  ସାଂସଦ ଡ ସମ୍ବିତ ପାତ୍ର, ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗର ସ୍ଵତନ୍ତ୍ର ସଚିବ ବାଲ ମୁକୁନ୍ଦ ଭୂୟାଁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କୌଳାସ ଚନ୍ଦ୍ର ନାୟକ, ଓଡିଶା ସୁପର ବାଇକ ଆସୋସିଏସନ ସଂପାଦକ ହିମାଂଶୁ ଶେଖର ନାୟକ ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ନିମନ୍ତେ ସୁପର ବାଇକର ମାନଙ୍କ ଭୂମିକା ଅନନ୍ୟ ବୋଲି ଅଭିହିତ କରିଥିଲେ।ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରଚାର ଓ ପ୍ରସାର ଦିଗରେ ଏହା ଏକ ପ୍ରମୁଖ ଭୂମିକା ଲିଭାଇବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ଥର ପାଇଁ ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଐତିହ୍ୟ ସୁପରବାଇକର ରାଲି ଭଳି କାର୍ଯ୍ୟକ୍ରମ  ବିଭାଗ ର ଏକ ଅନନ୍ୟ କାର୍ଯ୍ୟକ୍ରମ ।  ଭାରତବର୍ଷର ପର୍ଯ୍ୟଟନ କ୍ଷେତ୍ର ମାନଙ୍କରେ ଏ ବର୍ଷର ମୁଖ୍ୟ ବାର୍ତ୍ତା ପର୍ଯ୍ୟଟନ ଆଉ ଶାନ୍ତି । ପ୍ରବାସୀ ଭାରତୀୟ ମାନେ ଜଣଙ୍କ ପିଛା ୫ ଜଣ ବିଦେଶୀ ବନ୍ଧୁଙ୍କୁ ଭାରତର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଆଣି ବୁଲେଇବା ସହ ଦେଶର  ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଦିଗରେ ଏକ ମାଇଲି ଖୁଣ୍ଟ ସଦୃଶ। ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଙ୍କ ନିବେଦନକୁ ସମସ୍ତେ ପାଳନ ପୂର୍ବକ ଭାରତର ପର୍ଯ୍ୟଟନ ଶିଳ୍ପ ର ବିକାଶ କରିବାରେ ଏହା ବିଶେଷ ସହାୟକ ହେବ ବୋଲି କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପୁରୀ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର ମତବ୍ୟକ୍ତ କରିଥିଲେ। ଏହି କାର‌୍ୟ୍ୟକ୍ରମକୁ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, କୋଣାର୍କ ଏନଏସିର ଭାଗ୍ୟରଥି ବରାଳ, କୋଣାର୍କ ଏନଏସିର ସମସ୍ତ କର୍ମଚାରୀ ମାନଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ।

କୋଣାର୍କ ରୁ ଅଜିତ କୁମାର ମଲ୍ଲିକଙ୍କ ରିପୋର୍ଟ,୨୮/୯/୨୦୨୪----୭,୩୫ Sakhigopal News,28/9/2024


Blog Archive

Popular Posts