ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମପଞ୍ଚାୟତ ଅଧୀନ ଡୁବୁଡୁବା ଗ୍ରାମର ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତା ସୁଦାମ ବିଶ୍ଵାଳ ଙ୍କ ଆଜି ଦିନ ୧ଟା ସମୟରେ ନିଜସ୍ଵ ବାସଭବନରେ ଆଜି ଇହଲୀଳା ସମ୍ବରଣ କରିଛନ୍ତି ।ସେ ପିଏଚଡି ବିଭାଗରେ ଏକ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।ବହୁଦିନ ଧରି ପାରାଲିସ ରୋଗରେ ପୀଡିତ ହୋଇ ଘରେ ଚିକିତ୍ସା ହେଉଥିଲେ । ତାଙ୍କ ମରଶରୀର ପାଖେ ତାଙ୍କର ଦୁଇ ପୁଅ ,ସ୍ତ୍ରୀ କନ୍ୟା ଉପସ୍ଥିତ ଥିଲେ । ଆଜି ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ସେବା ଟ୍ରଷ୍ଟ ର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ରଥ,ସଭାପତି ସୁଦର୍ଶନ ପ୍ରଧାନ, ନୀଳକଣ୍ଠ ବାରିକ,ଆଇନଜୀବୀ ସନ୍ତୋଷ କୁମାର ବେହେରା ସହ ଅନେକ ତାଙ୍କର ବନ୍ଧୁ,ବାନ୍ଧବ , ସହପାଠୀ ଓ,ଗ୍ରାମବାସୀମାନେ ତାଙ୍କ ପାର୍ଥିବ ମର ଶରୀର ଉପରେ ପୁଷ୍ପମାଲ୍ୟ ସହ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୧/୭/୨୦୨୫----୮,୧୦ Sakhigopal News,21/7/2025