Breaking News

ଭଞ୍ଜନଗର ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ



 ଭଞ୍ଜନଗର -- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅଧୀନରେ ଥିବା ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ ଠାରେ ଜୋନ- 1 ର ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶିନୀ ଙ୍କ ସଭାପତିତ୍ୱରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ସନ୍ତୋଷ କୁମାର ଜେନା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୁଳନ ସହ କ୍ରୀଡା ପତାକାକୁ ଉତ୍ତୋଳନ କରି କ୍ରୀଡ଼ାବିତଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠି,ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କେଦାରନାଥ ସେଠି, କାଳିଚରଣ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ରବୀନ୍ଦ୍ର ନାଥ ପାଳ, ପ୍ରଶାନ୍ତ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ । କ୍ରୀଡାର ଉପଯୋଗୀତା, ଶିକ୍ଷା ସହ କ୍ରୀଡାର ସମ୍ପର୍କ, ଭାଇଚାରାର ପରମ୍ପରା ସହ ଖେଳାଳି ମାନଙ୍କୁ ବୁଝାଇବା ସହ ଉତ୍ସାହିତ କରିଥିଲେ l ପ୍ରତିଯୋଗିତାରେ ଦୌଡ଼, ସଟପୁଟ, ଡିସ୍କସ, ଜାଭଲିନ, ଉଚ୍ଚା, ଲମ୍ବା ଡିଆଁ, ଖୋକ, କବାଡି ଓ ଯୋଗାସନ ହୋଇ ବ୍ଲକ ସ୍ତରକୁ ଚୟନ କରାଯାଇଥିଲା l ଏଥିରେ ୮ ଟି କ୍ଲଷ୍ଟରରୁ ୧୭୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ସେଥିମଧ୍ୟରୁ ୧୫ ଟି ଉଚ୍ଚ ବିଦ୍ୟାଳୟ, ୨୫ ଟି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ l ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ମୋହନ ସାହୁ, ଦୁତିକୃଷ୍ଣ ଲେଙ୍କା, ବିଭୂପ୍ରସାଦ ମହାପାତ୍ର, ସୁଲଗ୍ନା ସୁଆର ଓ ସୁଶାନ୍ତ କୁମାର
 ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ସହଯୋଗ  କରିଥିବାବେଳେ ସମସ୍ତ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ କ୍ରୀଡା ପରିଚାଳନା କରିଥିଲେ l ବରିଷ୍ଠ କ୍ରୀଡାଶିକ୍ଷକ ପ୍ରଶାନ୍ତ କୁମାର ଦାସ, ମୋଚିରାମ ରଣସିଂହ, ସୁବାସ ଚନ୍ଦ୍ର ଗୌଡ଼ ଓ ପ୍ରବୀଣ କୁମାର ଖାଡ଼ଙ୍ଗା ପର୍ଯ୍ୟବକ୍ଷକଭାବେ ଯୋଗଦେଇ ସମସ୍ତ କ୍ରୀଡାର ତତ୍ଵାବଧlନ କରିଥିଲେ l କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର, ଅଭିଭାବକମାନେ ଉପସ୍ଥିତ ରହିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୯/୨୦୨୪----୭,୧୦ Sakhigopal News,12/9/2024

Blog Archive

Popular Posts