Breaking News

ସତ୍ୟବାଦୀ କଲେଜ ଖେଳ ପଡିଆରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ; ଲଗୁଚାପ ଜନିତ ବର୍ଷା ସତ୍ୱେ ଦୁଇ ହଜାରରୁ ଅଧିକ ମହିଳା ଯୋଗ ଦେଲେ

 

 


ସାକ୍ଷୀଗୋପାଳ,----  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳ ପଡିଆରେ ରାଜ୍ୟ ସରକାରଙ୍କ ଅନୁଷ୍ଠିତ ସ୍ୱଚ୍ଛତା  ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଯୋଗ ଦେବାର ରହିଥିଲା । ମାତ୍ର କେତକ କାରଣ ଯୋଗୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆସି ପାରିନଥିଲେ । ବିଜେପି ସରକାରଙ୍କ ୧୦୦ଦିନ ପରେ ସାକ୍ଷୀଗୋପାଳ କଲେଜ ପଡିଆରେ ପ୍ରଥମ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଚନ୍ଦ୍ରକାନ୍ତ ରଘୁନାଥ ପାଟିଲ , ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଭାରତ ସରକାରଙ୍କ  ମିନିଷ୍ଟରି ଅଫ ଜଳ ଶକ୍ତି ବିଭାଗ ସେକ୍ରେଟାରୀ ଅଶୋକ ମିନା ଓ ଓଡିଶା ସରକାର ପାନୀୟ ଜଳ ବିଭାଗର ଫ୍ରିନିସିପାଲ ସେକ୍ରେଟାରୀ ସୁଶାନ୍ତ ଲୋହାନୀ  ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଐତିହ୍ୟ ସୁଆଣ୍ଡୋ ଗ୍ରାମ ରେ ଅତିଥି ମାନେ ପହଞ୍ଚିବା ପରେ ସେଠାରୁ ଜିଲ୍ଲା ସଂସ୍କୃତି  ଅଧିକାରୀ ହେମନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ କ୍ଳକ କଳା ସଂସ୍କୃତି ସଂଘର ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ପଲେଙ୍କ ତତ୍ୱବଧାନରେ ମା କ୍ଷେତ୍ରପାଳୀ ମୃଦଙ୍କ ବାଦ୍ୟ ନୃତ୍ୟୁ ପରିଷଦ , ମା ଜାଗେଶ୍ୱରୀ ଚଇତାଳି ଘୋଡାଘୋଡା ନାଚ ପରିଷଦ ଓ ମା ତାରୀଣି ମହିଳା ସଂକୀର୍ତ୍ତନ ମଣ୍ଡଳୀର କଳାକାର ମାନେ ସେମାନଙ୍କର କଳା ପରିେôବଷଣ କରି ଅତିଥି ମାନଙ୍କୁ  ସ୍ୱାଗତ କରିଥିଲେ ।   ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠୀଘର ସହିତ ପ୍ରତିମୂର୍ତ୍ତିରେ ମନ୍ତ୍‌ାୀ ଓ ସତ୍ୟବାଦୀ ବିଧାୟକ ଶ୍ରୀ ମିଶ୍ର ମାଲ୍ୟର୍ପଣ କରିବା ସହ ମ୍ୟୁଜିୟମରେ ଏକ ବୃକ୍ଷ ରୋପଣ ମନ୍ତ୍ରୀ କରିଥିଲେ । ସେଠାରୁ ପ୍ଳାଟିକ ମୁକ୍ତ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତ ବୁଲିକି ଦେଖିଥଲେ । ସେଠାରେ ବିଗତ ଦିନରେ  ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବୁଲିକି ଦେଖିଥଲେ । ସେଠାରୁ ଫେରି ସାକ୍ଷୀଗୋପାଳ କଲେଜ ପଡିଆରେ ଅନୁଷ୍ଠିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କଲେଜ ଛକଠାରୁ କଳା ସଂସ୍କସ୍କୃତି ସଂଘ ପକ୍ଷରୁ  ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ୱାଗତ କରାଯିବାସହ ଏକ ପଠୁଆରେ କଲେଜ ପଡିଆକୁ ଅଣାଯାଇଥିଲା ।  ସେଠାରେ ଉପସ୍ଥିତ ଥିବା ଦୁଇ ହଜାରରୁ ଅଧିକ ସଂଖ୍ୟାର ମହିଳା ମାନେ ହୁଳ ହୁଳି ପକାଇ ସ୍ୱାଗତ କରିଥିଲେ ।  ଅନୁଷ୍ଠିତ ସଭାରେ  ରାଜ୍ୟ ପଞ୍ଚାୟତ ରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଥିଷଲ ଯେ ଆରମ ପିୟ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ ସ୍ୱପ୍ନ ହେଲା ସବୁକ୍ଷେତ୍ରରେ ସ୍ୱଚ୍ଛତା ରହିବା ଦରକାର । ଯାହାକୁ ପ୍ରଥମେ ଜାତିର ଜନକ ମହାତ୍ମାଗାନ୍ଧୀ ଚିନ୍ତା କରିବା ସହ ଜନସାଧାରଣଙ୍କ ସେ ଆହ୍ୱନ ଦେଇଥିଲେ । ତାଙ୍କରି କଥାକୁ ସ୍ୱକାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲିକହିଥିଲେ । ସତ୍ୟବାଦୀରେ ଜଳ ସମସ୍ୟା ରହିଛି । ଏଠାରେ ସାଲାଇନି ପାଣି । ୨୦୨୫ ସୁଦ୍ଧା ସତ୍ୟବାଦୀର ସମସ୍ତ ଗ୍ରାମକୁ ସ୍ୱଚ୍ଚ ପାନୀୟ ଜଳ ଯୋଗାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାକୟ ଘୋଷଣା କରିଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ  ଶ୍ରୀ ପାଟିଲ କହିଥିଲେ  ମୋନି ସରକାରଙ୍କ ଗୋଟିଏ ଲକ୍ଷ୍ୟ ଓଡିଶା ରାଜ୍ୟକୁ ଏକ ନମ୍ବର ସ୍ଥାନରେ ଠିଆ କରାଇବାକୁ । ସେଥିଯୋଗୁ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ଆରମ୍ଭ କରାଯାଇଛି । ବହୁ ଶିଘ୍ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସରକାର ଗ୍ରହଣ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଓଡିଶା ସ୍ୱଚ୍ଛତା ହିଁ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ଏବଂ ରହିବ ବୋଲି କହିଥିଲେ ।  ସେହିପରି ସତ୍ୟବାଦୀ ବିଧାୟକ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ମାତ୍ର କେତେକ କାରଣ ଯୋଗୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାରି ନାହାନ୍ତି । ମାତ୍ର ସେ ଆପଣ ମାନଙ୍କ ପାଇଁ ମୋ ହାତରେ ସୁଚନା ଦେଇଛନ୍ତି ବହୁ ଶିଘ୍ର ସାକ୍ଷୀଗୋପାଳ ଆସିବେ ।  ସାକ୍ଷୀଗୋପାଳ ବକୁଳବନର ପୁନଃଉଦ୍ଦାର ଓ ସାକ୍ଷୀଗୋପାଳ ମନ୍ଦିର ଚତୁପାଶ୍ୱର୍ ଉନ୍ନତି କରଣ ସହିତ ଓଡିଆ ବିଶ୍ୱବିଦ୍ୟାଳୟର ପଡି ରହିଥବା ଅଧା କାମର ଶୁଭାରମ୍ଭ କରିବେ ବୋଲି ବିଧାୟକ କହିଥିଲେ । ବିଧାୟକ ତାଙ୍କଭାଷଣଦେବା ସମୟରେ ଉପସ୍ଥିତ ଥିବା ମହିଳା ମାନଙ୍କୁ କହିଥିଲେ କେଉଁମାନେ ସୁଭଦ୍ରା ଟଙ୍କା ପାଇଛ ହାତ ଟେକିବା ପାଇଁ ଅଳ୍ପ ସଂଖ୍ୟାର ମହିଳା ମାନେ ହାତ ଟେକିଥିଲେ । କେଉଁମାନେ ପାଇ ନାହାନ୍ତି ବୋଲି ପଚାରିବାରୁ ବହୁ ସଂଖ୍ୟାରେ ମହିଳା ମାନେ ହାତ ଟେକିଥିଲେ ।  ଏହି ଅବସରରେ  ଖୋର୍ଦ୍ଧା ଜିଲ୍ଲାପାଳ ଚାଞ୍ଚଳ ରଣା, ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ପୁରୀ ଜିଲ୍ଲପ।।ଳ ସିନ୍ଦ;ଶ ଶଙ୍କର ସ୍ୱାଇଁ, ନୂଆପଡା ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କୁ ସ୍ୱଚ୍ଛତା ହିଁ ସେବା ପାଇଁ ମାନପତ୍ର ଦେଇ ଅତିଥି ମାନେ ସମ୍ମଦ୍ଧିତ କରିଥିଲେ । ସେହିପରି ସୁନ୍ଦରଗଡ କଚୁର ପଞ୍ଚାୟତର ସରପଞ୍ଚ ଜୁବା ତୋପୋ, ଗଞ୍ଜାମ ଜିଲ୍ଲାର ଚମାକାଣ୍ଡା ପଞ୍ଚାତର ସରପଞ୍ଚ ସି ଏଚ ମନୋଜ କୁମାର, ନୂଆପଡା ଜିଲ୍ଲାର ଭାଲେଶ୍ୱର ପଞ୍ଚାୟତର ସରୋଜ ଦେବୀ ଅଗ୍ରୱାଲ , ଯାଜପୁର ଜିଲ୍ଲାର ସୁଜନପୁର ପଞ୍ଚାୟତର ବିଷ୍ହପ୍ରିୟା ମହାକୁଡ ଓ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର  ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ଦୁଶାଃସନ ପ୍ରଧାନଙ୍କୁ ସ୍ୱଚ୍ଛତା ପାଇଁ ଅତିଥି ମାନେ ମାନପତ୍ର ଦେଇ ସମ୍ମଦ୍ଧିତ କରାଯାଇଥିଲା ।  ସେହିପରି ସତ୍ୟବାଦୀ ବିଜେପିର କର୍ମୀ ମାନେ ଫୁଲତୋଡା ଦେଇ ମନ୍ତ୍ରୀ ଓ ବିଧାୟକଙ୍କୁ ସ୍ୱାଗତ କରିଥିଲେ ।  ସଭା ସ୍ଥଳରେ ପୁରୀ ଏସପି ପିନାକ ମିଶ୍ର, ଜିଲ୍ଲାପାଳ ସିର୍ଦ୍ଧାଶ ଶଙ୍କର ସ୍ୱାଇଁ, ଜିଲ୍ଲା ସୁଚନା ଲୋକସମ୍ପକ ଅଧିକାରୀ  ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସତ୍ୟବାଦୀ ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ,ଭ୍‌କ ସହ ଜିଲ୍ଲା ଓ ବ୍ଳକର  ବିଭିନ୍ନ ପଦାଧିକାରୀ  ମାନେ ଉପସ୍ଥିତ ରହିଥିଲେ । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୯/୨୦୨୪---୭,୩୫      Sakhigopal News, 26/9/2024

Blog Archive

Popular Posts