ସତ୍ୟବାଦୀ ର କେତକିପାଟଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ଙ୍କ ଦେହାନ୍ତ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଗ୍ରାମ ପଞ୍ଚାୟତର ଦୁଇଦୁଇ ଥର ସରପଞ୍ଚ ଭାବେ ରହିଥିବା ବିଶ୍ୱନାଥ ମଲିକଙ୍କର ଦେହାନ୍ତ ହୋଇଯାଇଛି । ସେ ଜଣେ ପୁରୁଖା କଂଗ୍ରେସ କର୍ମୀ ଭାବେ ସତ୍ୟବାଦୀରେ ବେଶ ଜଣାଶୁଣା । ମୃତ୍ୟୁ ପର୍ଯ୍ୟନ୍ତ ସେ ଉକ୍ତ ପଞ୍ଚାୟତର କଂଗ୍ରେସର ସଭାପତି ପଦବୀରେ ଥିଲେ । ଅନେକ ଦିନ ହେବ ଅସ୍ଥସ୍ଥ ଥିଲେ । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ତାଙ୍କ ବାସଭବନରେ ଅନେକ କଂଗ୍ରେସ କର୍ମୀ ଶେଷ ଦର୍ଶନ କରିବା ସହ ଅମର ଆତ୍ମର ସଦଗତି କାମନା କରିଥିଲେ । ଏହି ଖବର ପାଇ କଂଗ୍ରେସର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଶୋକ ପ୍ରକାଶ କରିବା ସହ ଉକ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୯/୨୦୨୪---୮,୧୦ Sakhigopal News,13/9/2024