ଓଡିଶା ପ୍ରସିଦ୍ଧ ଗଣେଶ ପୂଜାରେ , ଆକର୍ଷଣ ଜନଜାତି କଳା ସଂସ୍କୃତି ସ୍ଥାନ ପାଇଛି
ଜଟଣୀ :-ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଅବସରରେ ଚଳଚଞ୍ଚଳ ହୋଇପଡିଛି ଜଟଣୀ ସହର l ଜଟଣୀ ସୀତାରାମ ଛକ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଓଡିଶା ଜନଜାତି କଳା ସଂସ୍କୃତି ଓ ଜୀବନୀ ଶୈଳୀ ଉପରେ ଆଧାରିତ ମଣ୍ଡପ ଓ ତୋରଣ ଦର୍ଶକଙ୍କୁ ଆକୃଷ୍ଟ କରୁଛି l ସଂଘର ସଭାପତି ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି ବ୍ରିଟିଶ ଶାସନ ସମୟରେ ଜଟଣୀରେ ରେଲୱେର ସମ୍ପ୍ରସାରଣ ହେବା ପରେ ବ୍ୟବସାୟୀ ସୀତାରାମ ବାବୁ, ହୃଷି ସାହୁ, କଣ୍ଠ ପାତ୍ର ମିଳିତ ଉଦ୍ୟମରେ ଏଠାରେ ବିଘ୍ନରାଜଙ୍କ ପୂଜା ଆରମ୍ଭ କରିଥିଲେ l ସୀତାରାମ ବାବୁଙ୍କ ସ୍ମୃତି ଉଦେଶ୍ୟରେ ଏହି ଛକର ନାମକୁ ସୀତାରାମ ଛକ ନାମରେ ନାମିତ କରାଯାଇଥିଲା l ପରବର୍ତ୍ତୀ ସମୟରେ ବହୁ ବ୍ୟବସାୟୀଙ୍କ ସହଯୋଗରେ ଅଧିକରୁ ଅଧିକ ସାଜସଜ୍ଜା ହୋଇ ପୂଜା ହୋଇଆସୁଛି l ଚଳିତ ବର୍ଷ ଏହି କମିଟି ସ୍ୱତନ୍ତ୍ର ଭାବେ ଓଡ଼ିଶାର ଜନଜାତି କଳା ସଂସ୍କୃତିକୁ ଆଧାର କରି ଜୀବନ ଶୈଳୀ ଉପରେ ଦାରୁ ଗଣେଶ ଭାବେ ସ୍ଥାପନା କରାଯାଇ ମାତା ସରସ୍ବତୀ ଓ ଲକ୍ଷ୍ମୀଙ୍କ ପୂଜାର୍ଚନା ଅନୁଷ୍ଠିତ ହେଉଛି l ପ୍ରତ୍ୟକ ଦିନ ସକାଳ ଆଳତୀ ସାଙ୍ଗକୁ ମିଠା, ଛେନା ସହ ବିଭିନ୍ନ ଫଳ ଭୋଗ ଲାଗିହୁଏ l ସନ୍ଧ୍ୟା ଆଳତୀ ସହ ସ୍ଥାନୀୟ ବ୍ୟବସାୟୀ ଭାଇମାନଙ୍କ ଜାଚଙ୍ଗା ଭୋଗ ଲାଗିହୁଏ l ମଣ୍ଡପରେ ଭାଦ୍ରବ ମାସ ଶୁକ୍ଳ ଚତୁର୍ଦ୍ଦଶି ଅନନ୍ତ ବ୍ରତ ଦିନ ସ୍ୱତନ୍ତ୍ର ଭାବେ ଗଜା ବୁଟ, ମୁଗ ସହ ବିଭିନ୍ନ ଫଳ ଭୋଗ ଲାଗିହୋଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଏ l ବର୍ତ୍ତମାନ ସମୟରେ ସହରର ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ଫଳରେ ସୀତାରାମ ଛକର ଅନେକ ଦୋକାନ ଘର ଉଚ୍ଛେଦ ପରେ ବ୍ୟବସାୟୀ ବନ୍ଧୁ ମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି l ତଥାପି ସବୁପ୍ରକାର ବଧାବିଘ୍ନ ମଧ୍ୟରେ ଜଟଣୀ ଓଡିଶା ପ୍ରସିଦ୍ଧ ଗଣେଶ ପୂଜାକୁ ଅଧିକରୁ ଅଧିକ ଆକର୍ଷଣ କରିବାରେ ବ୍ୟବସାୟୀ ଭାଇମାନେ ହାର ମାନିନାହାନ୍ତି l ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବାପାଇଁ ଓଡିଶା ପ୍ରସିଦ୍ଧ ହସ୍ତଶିଳ୍ପୀ କାରିଗର ଦିବ୍ୟରଞ୍ଜନ ଏବଂ କୈଳାସ ଦାଶଙ୍କ ଦ୍ୱାରା ନିର୍ମିତ ଓଡିଶା ଜନଜାତି ସମ୍ପ୍ରଦାୟର ମୂଲ୍ୟବୋଧକୁ ନେଇ ପ୍ରସ୍ତୁତ ମଣ୍ଡପ ସହରର ମୁଖ୍ୟ ଆକର୍ଷଣ ବିନ୍ଦୁ ସାଜିଛି l ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ମୂଲ୍ୟ ବଳରେ ମଣ୍ଡପର ସାଜସଜ୍ଜା ହୋଇଛି l ଯାହାକି ଆଜି ଦର୍ଶକଙ୍କୁ ବହୁ ଆକର୍ଷଣ କରୁଛି l ଭିଡକୁ ଦୃଷ୍ଟିରେ ରଖି ସଙ୍ଘ ତରଫରୁ ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତିଶୃଙ୍ଖଳାର ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସଙ୍ଘ ସମ୍ପାଦକ ଗିରିଶ ଚରଣ ମହାରଣା ପ୍ରକାଶ କରିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୯/୨୦୨୪----୯,୫୦ Sakhigopal News,14/9/2024