ସହରରେ ଲଜ୍ଜା , ନାବାଳିକାକୁ ଦୁଷ୍କର୍ମ ମାମଲା
ଜଟଣୀ : ଜଟଣୀ ଥାନା ଅନ୍ତର୍ଗତ ଜଣେ ୧୬ ବର୍ଷ ବୟସର ଜନୈକା ନାବାଳିକାକୁ ରାତ୍ରି ପ୍ରାୟ ୮:୩୦ ମିନିଟ ପାଖାପାଖି ସମୟରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କ ଭାଇ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ମୁତାବକ ରାତି ପ୍ରାୟ ୮ ସମୟରେ ଘରେ ରୋଷେଇ ହେଉଥିବା ବେଳେ ମସଲା ନଥିବାରୁ ଦୋକାନରୁ ମସଲା ଆଣିବା ପାଇଁ ନାବାଳିକା ଜଣଙ୍କ ବାହାରକୁ ଯାଇଥିଲା I ତେବେ ଦୀର୍ଘସମୟ ଧରି ସେ ଘରକୁ ନଫେରିବାରୁ ଘର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ନିକଟରେ ଥିବା ହାତୀଖାଲ ନିକଟରେ ଏକ ବୁଦା କଡ଼ରୁ ମୁମୂର୍ଷ ଓ ଉଲଗ୍ନ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ I ନାବାଳିକା ଜଣଙ୍କ ସେହି ଅଞ୍ଚଳର ଜଣେ ଯୁବକ ଜୋରଜବରଦସ୍ତ ମାଡ଼ମାରି ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲା l ଏହାପରେ ପିଡ଼ିତାଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ ହେବାପରେ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ଘଟଣାକୁ ଗୁରୁତର ସହ ନେଇ ପୀଡିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ନମସ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା କହିଛନ୍ତି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୦/୯/୨୦୨୪----୪,୨୦ Sakhigopal News,30/9/2024