Breaking News

ସତ୍ୟବାଦୀରେ ପୁଣି ବିଜେଡି ସଂଗଠନର ଦାୟତ୍ୱ ନେଲେ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ

  


 ସାକ୍ଷୀଗୋପାଳ----  ବିଜେଡି ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଭବନ ପରିସରରେ ଏକ ବଡ ଧରଣର ନିସ୍ପତି ନେଇଛନ୍ତି । ସତ୍ୟବାଦୀର ସଂଗଠନ ଦାୟତ୍ୱ ଏବେ ପୂର୍ବତନ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ଉପରେ ନ୍ୟସ୍ତ କରାଯାଇଛି । ନିର୍ବାଚନ ସମୟରେ ତାଙ୍କୁ ଏଠାରୁ ହଟାଇ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଏଠାରେ ପ୍ରାର୍ଥୀ କରାଯାଇଥିଲା । ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ କରିଥିଲା । ନିର୍ବାଚନରେ ସତ୍ୟବାଦୀ ଆସନରୁ ବିଜେପି ପ୍ରାର୍ଥୀ ଜିତିବା ପରେ ବିଜେଡି ଦଳର ସଂଗଠନ କିଏ ଦାୟତ୍ୱ ନେବ ତାହା ପ୍ରଶ୍ନବାଚୀ ହୋଇ ପଡିଥିଲା । ଏପରିକି ଦୁଇ ନେତାକିଏ ସତ୍ୟବାଦୀର ଦାୟତ୍ୱ ନେବ ତାହା ଜଣାପଡିବାରୁ ବିଜେଡି ଦଳର କର୍ମୀ ମାନେ ଚୁପହୋଇ ବସି ରହିଥିଲେ ।  ବିଜେଡି ଦଳର ସଭାପତିଙ୍କ ନିସ୍ପତି ଅନୁଯାୟୀ ସତ୍ୟବାଦୀ ବିଜେଡିର ନେତା ବା ସଂଗଠନର ଦାୟତ୍ୱ ଶ୍ରୀ ସମାନ୍ତରାୟଙ୍କୁ ଦିଆଯାଇଛି । ସେଠାରେ ସତ୍ୟବାଦୀ ବିଜେଡି ଦଳର ସଭାପତି ପ୍ରମୋଦ ରାଉତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ଜିଲାପରିଷଦ ସଭ୍ୟ ଓ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାଙ୍କ ସହ ସତ୍ୟବାଦୀର ବିଜେଡି ଦଳର ନେତା ମାନେ ଉପସ୍ଥିତ ରହିଥିଲେ । ଖବର ପ୍ରକାଶିତ ହେବା ପରେ ସାକ୍ଷୀଗୋପାଳରେ ବିଜେଡି ଦଳରେ ଖୁସିର ଲହରି ଖେଳିଯାଇଛି । ବହୁ ଶିଘ୍ର ବିଭିନ୍ନ ପଞ୍ଚାୟତରୁ ଆଗ ଧାଡିର କର୍ମୀ ମାନଙ୍କୁ ନେଇ ଏକ ବୈଠକ ହେବ ବୋଲି ସତ୍ୟବାଦୀର ବିଜେଡି ଦଳର ସଭାପତି ପ୍ରମୋଦ ରାଉତରାୟଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୯/୨୦୨୪---୭,୧୦   Sakhigopal News, 12/9/2024

Blog Archive

Popular Posts