Breaking News

ଜିଲ୍ଲା ସ୍ତରୀୟ ଖୋ ଖୋ କ୍ରୀଡା ଉଦଘାଟିତ


 ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଖୋ ଖୋ କ୍ରୀଡା ଉଦଘାଟିତ ହୋଇଯାଇଛି।  ମୁଖ୍ୟ ଅତିଥି ଭାବେ  ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ସ୍ଵତନ୍ତ୍ର ଅତିଥି ଭାବେ ଅତାବିରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀ ନିହାର ମହାନନ୍ଦ ଯୋଗଦେଇଥିଲେ। ସ୍ଵାଧିନତା ସଂଗ୍ରାମୀ ତଥା ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ମଙ୍ଗଳୁ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଯୋଜନା " ମା ପାଇଁ ଗଛଟିଏ"  କାର୍ଯ୍ୟକ୍ରମରେ ବିଦ୍ୟାଳୟ କମିଟିର ମହିଳା ସଦସ୍ୟାଙ୍କ ସହିତ ଅତିଥି ମାନେ ଚାରାରୋପଣ କରିଥିଲେ।  ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହା କୁ ସଂଯୋଜନା କରିଥିଲେ ଶିକ୍ଷକ ଗୋବିନ୍ଦ ସେଠ। ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ସଭାପତିତ୍ବ କରିଥିଲେ 
ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀ ରାଧାକାନ୍ତ ଛତ୍ରି। ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥୀ, ଭେଡେନ ତହସିଲଦାର ଶ୍ରୀ ଗୌରବ କୁମାର ବର୍ଗେ, ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିପୁରା ମହାନନ୍ଦ,ଏଡିଇଓ  ଜ୍ୟୋତିକାନ୍ତ  ସାହୁ, ଏବିଡିଓ ପ୍ରିତେଶ ଦୋରା, ଆଇପିଓ ସୁଦୀପ୍ତ କୁମାର ନାୟକ, ରେମଣ୍ଡା ସରପଞ୍ଚ ଶ୍ରୀ ଉଦ୍ଧବ ବାରିକ, ପି.ଏସ୍.ଏସ୍.ଏ ସଭାପତି ଶ୍ରୀ ଶିବ ପ୍ରସାଦ ଖମାରୀ, ବିଦ୍ୟାଳୟ ର  ପରିଚାଳନା କମିଟି ସଭାପତି ଶ୍ରୀମତୀ ରାସେଶ୍ୱରୀ ଭୋଇ  ଅନ୍ୟାନ୍ୟ ଶିକ୍ଷାବିତ ଓ ଆମନ୍ତ୍ରିତ ଅତିଥି ଗଣ ଉପସ୍ଥିତ ଥିଲେ।ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଅଂଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରେମଣ୍ଡା ହାଇସ୍କୁଲ୍ କୁ ପିଏମ୍ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ଖେଳପଡ଼ିଆ କୁ ଏକ ଷ୍ଟାଡିୟମ୍ ମାନ୍ୟତା ପ୍ରଦାନ କରିବା ପାଇଁ ମାନ୍ୟବର ସାଂସଦ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସଭା ଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାଦେବ ଭୁଏ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରୀୟ ଖୋ ଖୋ କ୍ରୀଡ଼ା ଉତ୍ସବରେ ବରଗଡ଼ ଜିଲ୍ଲାର ସମସ୍ତ ୧୨ ଟି ବ୍ଲକ୍ ରୁ ମୋଟ୍ ୫୬୦ ଜଣ କୃତି ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ତା ୧୮ ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନିଦିନ ଧରି ଚାଲୁ ରହିବ। ପ୍ରତ୍ୟହ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।ବରଗଡ଼ ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ, ଓ ଭେଡେନ ବ୍ଲକ ର  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।ଏହା ପରେ ସାଂସଦ ଓ ବିଧାୟକ ରେମଣ୍ଡା ଗ୍ରାମ ପରିକ୍ରମା କରି ଥିଲେ । ଏହି ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ଓ ରେମଣ୍ଡା ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରିଥିଲେ ସାଂସଦ ଓ ବିଧାୟକ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୯/୨୦୨୪----୯,୪୫ Sakhigopal News,18/9/2024

Blog Archive

Popular Posts