Breaking News

ୟୁବି ହାଇସ୍କୁଲରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ


ଭଞ୍ଜନଗର ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗରରେ " ସ୍ବଚ୍ଛତା ହିଁ ସେବା " କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକଙ୍କ ଆହ୍ବାନ୍ କ୍ରମେ ଏନ୍ ସି ସି ଅଫିସର ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ 
ସ୍ବଚ୍ଛତା ହିଁ ସେବା " କାର୍ଯ୍ୟକ୍ରମ ଆୟୋଜନ  କରାଯାଇଥିଲା। ଏଥିରେ  ବିଦ୍ୟାଳୟର ସମସ୍ତ ଏନ୍ ସି ସି କ୍ୟାଡେଟ୍ (ଆର୍ମୀ ଓ୍ବିଙ୍ଗ୍ , ନାଭାଲ ଓ୍ବିଙ୍ଗ୍, ଏୟାର ଓ୍ବିଙ୍ଗ୍) , ଏନର୍ଜି କ୍ଲବ୍ ଓ ଇକୋକ୍ଲବର ସଦସ୍ୟମାନେ ଯୋଗ ଦେଇଥିଲେ।  ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଓ ନଗରପାଳ ଗୋପବନ୍ଧୁ ମହାପାତ୍ର ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଥମଭାଗରେ ସ୍ବଚ୍ଛତାର ଆବଶ୍ୟକତା  ସଂପର୍କିତ ଆଲୋଚନା  କରିଥିଲେ । ଏବଂ ଆଗାମୀ ଦିନରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା  ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ଶ୍ରୀ ପଣ୍ଡା ଏହି ବିଷୟର ଗୁରୁତ୍ୱ ସଂପର୍କରେ କ୍ୟାଡେଟମାନଙ୍କୁ ବୁଝାଇଥିଲେ । ଏକ ପ୍ରବନ୍ଧ ପ୍ରତିଯୋଗିତା ( ଶୀର୍ଷକ: ସ୍ବଚ୍ଛତା ହିଁ ସେବା) ରଖାଯାଇଥିଲା । ଶ୍ରୀ ନାହାକ " ସ୍ବଚ୍ଛ ପରିବେଶ , ସୁସ୍ଥ ପରିବେଶ "  , ନଗରପାଳ ଶ୍ରୀ ମହାପାତ୍ର " ସ୍ବଚ୍ଛ ଭଞ୍ଜନଗର, ସୁନ୍ଦର ଭଞ୍ଜନଗର " ଓ ଶ୍ରୀ ମିଶ୍ର " ରହିଲେ ସ୍ବଚ୍ଛ , ହୋଇବା ସୁସ୍ଥ " ବୋଲି ସ୍ଲୋଗାନ ଦେଇଥିଲେ । ପ୍ରବନ୍ଧ ପ୍ରତିଯୋଗିତା ପରେ , ବିଦ୍ୟାଳୟ ପରିସରରେ ସ୍ବଚ୍ଛ ଭାରତ ଅଭିଯାନ କରାଯିବା ସହ ଏକ ସଚେତନତା ରାଲିଇକୋକ୍ଲବ ମେମ୍ବର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ ,  , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, କିରଣ କହଁର, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ମିନତି କୁମାରୀ ବିଷୋୟୀ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟ୍ଟନାୟକଙ୍କ ସହିତ  ବିଦ୍ୟାଳୟ କର୍ମଚାରୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ  କରିଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା  ପ୍ରତ୍ୟେକ ସଦସ୍ୟଙ୍କୁ ଶ୍ରୀ ନାହାକ ସାଧୁବାଦ ଜ୍ଞାପନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୯/୨୦୨୪----୮,୩୫ Sakhigopal News,19/9/2024

Blog Archive

Popular Posts