ସତ୍ୟବାଦୀ ପଞ୍ଚାୟତ ସମିତିର ଷ୍ଷ୍ଠ ବୈଠକ; ମହୁରା ସମିତିସଭ୍ୟଙ୍କ କଥାରେ ଅଟକି ଗଲେ ବିଧାୟକ , ଉଦ୍ୟାନ ବିଭାଗ ୧୨ଲକ୍ଷ ଟଙ୍କା ହଡପ ଅଭିଯୋଗ
ସାକ୍ଷୀଗୋପାଳ,----- ସତ୍ୟବାଦୀ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ସଦଭାବନା ସଭା ଗୃହ ପରିସରରେ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥି ଭାବେ ବିଧାୟକ ଓମ ପ୍ରକାଶ ମିଶ୍ର, ତହସିଲଦାର ଆଲୋକ କୁମାର ଦେହୁରୀ, ବିଡିଓ ଲିପିସା ରାୟ, ସାକ୍ଷୀଗୋପାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିବେଦିତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ନାରାୟଣ ରାଉତରାୟ,ବିଷ୍ଠୁପିୟା ବରାଳ ସାଂସଦଙ୍କ ପ୍ରତିନିଧି ତ୍ରିଲୋଚନ ରଥ ପ୍ରମୁଖ ଉପସ୍ଥିତ ରହିଥିଷଲ । ବୈଠକ ଆରମ୍ଭରୁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରି ବୈଠକ ଆରମ୍ଭ ହୋଇଥିଲା । ବିଡିଓ ସ୍ୱାଗତ ଭାଷଣ ଦେବା ପରେ ପରେ ମହୁରା ସମିତିସଭ୍ୟ ପ୍ରେମାନନ୍ଦ ପାତ୍ର ପ୍ରଶ୍ନ ଉଠାଇଥିଲେ ଯେ ମହିଳା ଶିଶୁ ବିଭାଗ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ସମିତିସଭ୍ୟ ସଭ୍ୟା ମାନଙ୍କୁ କାହିଁକି ଜଣାଯାଉ ନାହିଁ , ଉକ୍ତ କମିଟର ଅଧ୍ୟକ୍ଷ ନ ଥିବା ବେଳେ ଏହା କିପରି ହେଲା ଏବଂ ଜିଲ୍ଲାପରିଷଦଙ୍କୁ ଚିଠି କରାଯାଉଛି ମାତ୍ର ସମିତସଭ୍ୟ ମାନଙ୍କୁ କାହିଁକି ଚିଠି କରାଯାଉନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାକୁ ବୈଠକରେ ଉପସ୍ଥିତ ଥିବା ଜୟପୁର ସମିତିସଭ୍ୟ ଦୀପକ ଶତପଥୀଙ୍କ ସହିତ ଅନ୍ୟ ସମିତିସଭ୍ୟସଭ୍ୟା ମାନେ ସମର୍ଥନ କରିଥିଲେ । ସିଡିପିଓ ରାଜଲକ୍ଷ୍ମୀ ଦାଶଙ୍କ ଉତ୍ତରକୁ ନେଇ ଗୃହରେ କିଛି ସମୟ ପାଇଁ ହେ ହଲ୍ଲା ହୋଇଥିଲା । ଶେଷରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ବିଧାୟକଙ୍କ ହସିକ୍ଷେପ ଫଳରେ ଶାନ୍ତ ପଡିଥିଲା । ସେହିପରି ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ସରପଞ୍ଚ ମାନଙ୍କୁ କାହିିଁକି ଚିଠି କରାଯାଇନାହିଁ ବୋଲି ଅଭିଯୋଗ ସରପଞ୍ଚ ମାନେ ଆଣିଥିଲେ । ଏଥିରେ ସେହିପରି ବିଧାୟକ ଶ୍ରୀ ମିଶ୍ର ଓ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ହସ୍ତକ୍ଷେପ ପରେ ଶାନ୍ତ ପଡିଥିଲେ ସରପଞ୍ଚ ମାନେ । ପରେ ପରେ ଜିପିଓ ସୌଭରଗ୍ୟ ରଜ୍ଞନ କର ପଞ୍ଚମ ବୈଠକବିବରଣୀ ପାଠ କରିବା ସହ ଗୃହୀତ ହୋଇଥିଲା । ପାନୀୟଜଳ ଯୋଗାଣ ସମ୍ପର୍କେ ଆଲେଚନା ହେବା ମାତ୍ରେ ନୂଆସୋମେଶ୍ୱରପୁର ସରପଞ୍ଚ ପ୍ରଶାନ୍ତ କୁମାର ପାଣି , ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରା ପ୍ରମୁଖ ପାନୀୟ ଜଳ ସମସ୍ୟା ଉପରେ ପ୍ରଶ୍ନ ଆଣିଥିଷଲ ।ଏହାକୁ ନେଇ ବେଶ ସରଗରମ ଆଲେଚନା କରାଯାଇଥିଲା । ବିଶେଷ କରି ମେଗା ପାନୀୟ ଜଳ ପ୍ରକଳ୍ପ ବରାଳ ଠାରେ ଅନୁଷ୍ଠିତ କାମ କେବେ ସରିବ ତାହା କେହି କହି ପାରିନଥିଲେ । ବ୍ଳକ ଅଧ୍ୟକ୍ଷ ମୂଳ ଅଳସା, ଶ୍ରୀରାମଚନ୍ଦ୍ରପୁର, ନରେନ୍ଦ୍ରପୁର ପଞ୍ଚାୟତକୁ କେବେମେଗା ପାନୀୟ ଜଳ ଯୋଗାଣ ହେବ ବୋଲି ପଅଶ୍ନ ଉଠାଇଥିଲେ ଅଧ୍ୟକ୍ଷ । ଏପରିକି ଉକ୍ତ କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ କାମ ନକରି ପାନୀୟ ଜଳ ପ୍ରକଳ୍ପ ପଡି ରହିଛିବୋଲି ଅଭିଯୋଗ ଆସିଥିଲା । ସେହିପରି ମହୁରା ସମିତିସଭ୍ୟ ଶ୍ରୀ ବେହେରା କହିଥିଲେ ଯେ କାମ ନ ସରି ଯଦି ଉକ୍ତ ପ୍ରକଳ୍ପକୁ ଯଦି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ତା ହେଲେ ମୁଁ ସାକ୍ଷୀଗୋପାଳରେ ପ୍ରେସମିଟ କରି ଏହାର ଜବାବ ମାଗିବି । ଏହାକୁ ନେଇ ଅନେକ ସମିତିସଭ୍ୟସଭ୍ୟା ଓ ସରପଞ୍ଚ ମାନେ ସମର୍ଥନ କରିଥିଲେ । ବିଧାୟକ ଓ ବ୍ଳକ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାମ ନେଇଥିବା ଠିକାଦାର ମାନଙ୍କର ବିଲ ବନ୍ଦ କରିବା ପାଇଁ ଜେଇ ମାନଙ୍କୁ ନିର୍ଦ୍ଦେର୍ଶ ଦେଇଥିଲେ ବିଧାୟକ । ଅଘୋଷିତ ବିଦ୍ୟୁତ କାଟକୁ ନେଇ ବ୍ଳକ ଅଧ୍ୟକ୍ଷ କହିଥିଲେ ଯେ ବିଧାୟକ କହିଥିଲେ ଯେ ସାକ୍ଷୀଗୋପାଳରେ ବିଦ୍ୟୁତ କାଟ ହେବନାହିଁ ମାତ୍ର ତାଙ୍କ କଥା କ’ଣ ପାଇଁ କାର୍ଯ୍ୟକାରୀ ହେଉନାହିଁ ବୋଲି ବିଭାଗୀୟ ଜେଇ ମାନଙ୍କୁ ପଚାରିଥିଲେ । ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ କହିଥିଷଲ ଯେ ବାବୁ ମାନେ ଏଠାରେ ରହୁଛନ୍ତି ତ । ସେମାନେ ଜାଣନ୍ତି କି ନାହିଁ ଏଠାରେ ବିଦ୍ୟୁତ କାଟ ହେଉଛି ଆଗ ସେମାନଙ୍କୁ ପଚାରଯାଉ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଆଲେଚନା ସମୟରେ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର କହିଥିଲେ ଯେ ଏରିଆ ମେଡିକାଲରୁ ଯେଉଁ ନମୁନା ସଂଗ୍ରହ କରାଯାଇ ଭୂବନେଶ୍ୱର ପଠାଯାଉଛି । ଉକ୍ତ ରିପୋର୍ଟ ଗୁଡିକ ସଠିଅ ଆସୁନାହିଁ ବୋଲି ସେ ଅନୁଭବ କରି ତୁରନ୍ତ ନମୁନା ଗୁଡିକ ଜିଲ୍ଲାକୁ ପଠାଗଲେ ଭଲ ହେବ ବୋଲି ଏକ ପ୍ରସ୍ତାବ ଦେଇଥିଲେ । ସେହିପରି ବିଚଂ ପାଉଡର ମିଳୁନାହିଁ ବୋଲି ପ୍ରଶ୍ନ ଉଠିଥିଲା । ମାତ୍ର ଅଳଗୁମ ମେଡିକାଲର ଅଧିକାରୀ ଡ, ବିଶ୍ୱଜିତି ମିଶ୍ର କହିଥିଷଲ ଛଅ ମାସରେ ତାଙ୍କୁ ନାମକୁ ମାତ୍ର ଅଳ୍ପ ବିଚଂ ପାଉଡର ମିଳିଥିଲା । ଆଶା କର୍ମୀ ମାନଙ୍କୁ ସେ ଗୁଡିକ ବଣ୍ଟା ଯାଇଛି । ସେହିପରି କୃଷି ବିଗାଗ ଆଲେଚନା ବେଳେ ମହୁରା ସମିତିସଭ୍ୟ ଶ୍ରୀ ବେହେରା ଅଧିକାରୀଙ୍କୁ ପଚାରିଥିଲେ ଯେ ନଡିଆ ଗଛ ଓ ଯେଉଁ ଧନିଆ ଓ ଲଙ୍କା କିଟ ସହିତ ୪ହଜାର ଟଙ୍କା ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଦିଆଗଲା ସେମାନେ ଚାଷୀ ବୋଲି କିଏସେ ଚିହ୍ନଟ କରିଛନ୍ତି ତାହା ପ୍ରଶ୍ନ ଉଠାଇଥିଷଲ । ଏବଂ ସରପଞ୍ଚ ଓ ସମିତିସଭ୍ୟ ମାନେ ପ୍ରଶ୍ନ ଉଠାଇଥିଷଲ ଯେ ସେମାନଙ୍କୁ କାହିଁକି ଜଣାଯାଉନାହିଁ । ଏହାକୁ ବିଧାୟକ ମଧ୍ୟ ସମର୍ଥନ କରିବା ସହ ଏହାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଦେହିପରି କୃଷି ବିଭାଗ ଓ ଉଦ୍ୟାନ ବିଭାଗରେ ବିଭିନ୍ନ ଘୋଟାଲ ହୋଇଥିବା ନେଇ ପଞ୍ଚାୟତ ପ୍ରତିନଧି ମାନେ ଅଭିଯୋଗ ଆଣିଥିଲେ । ଏପରିକି ୧୨ ଲକ୍ଷ ଟଙ୍କା ଉଦ୍ୟାନ ବିଭାଗରେ ହୋଇଛି ବୋଲି ମହୁରା ସମିତିସଭ୍ୟ ଶ୍ରୀ ବେହେରା ଅଭିଯୋଗ ଆଣିବା ପରେ ଏହାକୁ ଜୟପୁର ସମିତସଭ୍ୟ ଦୀପକଶତପଥି, ବିଶ୍ୱନାଥପୁର ସରପଞ୍ଚ ଶ୍ରୀ ଷଡଙ୍ଗୀଙ୍କ ସହିତ ଅନେକ ପଞ୍ଚାୟତ ପ୍ରତିନିଧି ମାନେ ସମର୍ଥନ କରିଥିଲେ । ପରଜାପଡା ସମିତିସଭ୍ୟ ରାମଚନ୍ଦ୍ରମହାନ୍ତି ଅଭିଯୋଗ ଆଣିଥିଲେ ଯେ ସାକ୍ଷୀଗୋପାଳ ନଡିଆ ଚାଷ ପାଇଁ ବେଶ ଜଣାଶୁଣା । ମାତ୍ର ଏବେ ନଡିଆ ଚାଷ ଉଜୁଡିବାକୁ ବସିଲାଣି । ସେହିପରି ଶୁକଳ ସମିତିସଭ୍ୟ ବସନ୍ତ ବିଶ୍ୱାଳ କହିଥିଲେ ଯେ ଉକ୍ତ ପଞ୍ଚାୟତରେ ଶିକ୍ଷକ ଅଭାବ ରହିଛି । ଏ ସମ୍ପର୍କରେ ଆଲେଚନା ଚାଲିଥିବା ବେଳେ ସମିତିସଭ୍ୟ ଶ୍ରୀ ବେହେରା ଯୁକ୍ତ କରିବାରୁ ସାଂସଦଙ୍କ ପ୍ରତିନିଥି କିଛି କହିବାରୁ ଏହାକୁ ବିରୋଧ କରି ଶ୍ରୀ ବେହେରା ଉଚ୍ଚ ସ୍ୱରରେ ତାଙ୍କର ଉତ୍ତର ଚାହିଁଥିଲେ ମାତ୍ର ବିଧାୟକ କିଛି କହିବାରୁ ଶ୍ରୀ ବେହେରା ଟେବୁଲ ବାଡେଇ କହିଥିଷଲ ଯେ ଆପଣ ହେଉଛନ୍ତି ବୈଠକରେ ଅତିଥି ବୋଲି କହିଥିଲେ । ଏହି କଥାରେ ବିଧାୟକ ଚୁପ ହୋଇ ବସି ରହିଥିଷଲ । କାଦୁଆ ପଞ୍ଚାୟତର ନିଜସ୍ୱଗୃହ ଜମି ସମ୍ପକେ;ରେ ବ୍ଳକ ଅଧ୍ୟକ୍ଷ ପ୍ରଶ୍ନ ଉଠାଇଥିଲେ । ସେହିପରି ବିଶ୍ୱନାଥପୁର ସରପଞ୍ଚ ଓ ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ପ୍ରଶ୍ନ ଉଠାଇଥିଲେ ଯେ ଖେଳ ସାମଗ୍ରୀ ଗୁଡିକ ପଞ୍ଚାୟତରେ ପଡି ରହିଛି ସେ ଗୁଡତିକ କେଉଁ ନିୟମ ଅନୁସାରେ ବଣ୍ଟାଯିବ । ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଶ୍ରୀ ଜିତେନ୍ଦ୍ର ବେହେରା ପ୍ରଶ୍ନ ଉଠାଇଥିଷଲ ଯେ ହରିଚନ୍ଦ୍ର ଯୋଜନାରେ ଅର୍ଥ ମିଳୁନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ । ଶେଷରେ ବିଧାୟକ କହିଥିଷଲ ପ୍ରଥମେ ଗଠନ କରାଯାଇଥିବା କମିଟି ଗୁଡିକ ସଠିକ ଭାବେ କାର୍ଯ୍ୟକରିବା ଦରକାର । ଏବଂ ସମସ୍ତେ ଏକାଠି ହୋଇ ସତ୍ୟବାଦୀର ଉନ୍ନତି କରିବା ପାଇଁ ଗୋଟିଏ ସୋତ୍ରରେ ସାମଲି ହେବାକୁ ଉପସ୍ଥିତ ଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ । ଶେଷରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୯/୨୦୨୪---୭,୨୫ Sakhigopal News, 23/9/2024