ମା ଜାଗୁଳାଇ ମେଡିସିନ ଦେକାନରୁ ଚୋରି , ସିସିଟିଭିରେ ଚୋରର ଫଟୋ କଏଦୀ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମ ବଜାରରେ ଥବା ମା ଜାଗୁଳାଇ ମେଡିସିନ ଷ୍ଟୋରରୁ ରବିବାର ବିଳମ୍ବିତ ରାତିରେ ଚୋରୀ ହୋଇଛି । ଦେକାନ କବାଟ ଭାଙ୍ଗି ଦେକାନରେ ଥିବା ବେବିଫୁଡ, କିଛି ମେଡିସିନ ଓ ଦେକାନରେ ଥିବା ଡ୍ର ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ସବୁଦିନ ପରି ତ୍ରିଲୋଚନ ନନ୍ଦ ଦେକାନ ରାତିରେ ବ୍ଦ କରି ଘରକୁ ଯାଇଥିଲେ । ସକାଳେ ପଡିଶା ଦେକାନୀ ମାନେ କବାଟ ଭାଙ୍ଗା ଯାଇଥିବା ଦେଖି ତ୍ରିଲୋଚନକୁ ଖବର ଦେଇଥିଲେ । ରାତିରେ କେହି ଦୁବୁର୍ତ୍ତ ଦେକାନ କବାଟ ଭାଙ୍ଗି ୧,୩୦ ହଜାର ଟଙ୍କାର ମେଡିସିନ, ବେବିଫୁଡ, ସହିତ କିଛି କ୍ୟାସ ନେଇଥିବା ତ୍ରିଲୋଚନ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେକାନରେ ଥିବା ସିସିଟିିଭିରେ ଦେକାନରୁ ଲୁଟ କରୁଥବା ଦୁବୁର୍ତ୍ତର ଫଟୋ କଏଦ ହୋଇଛି । ବଳଙ୍ଗା ଥାନା ଅଧିକାରୀ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷେ ଉକ୍ତ ବଜାର କମିଟିର ସଭାପତି ଶ୍ରୀଧର ପ୍ରଧାନଙ୍କ ସହିତ ଭରତ ସାହୁ, ବାଲୁଙ୍କି ପଣ୍ଡା କହନ୍ତି ବଜାରରେ ଖୋଲା ଖୋଲି ଭାବେ ନିଶାକାରବାର ଚାଲିଥିବାରୁ ବଜାରରୁ ଅନେକଥର ଛୋଟବଡ ଚୋରୀ ହେଉଛି ବୋଲି କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୪----୭,୨୫ Sakhigopal News, 16/9/2024