Breaking News

କୋଶଳଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର





 ବରଗଡ଼ ---- ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ରେଙ୍ଗାଲି କେମ୍ପ୍ ଡିଭାଇନ ଗାର୍ଡେନ ଠାରେ  ଫଟୋ ଗ୍ରାଫର ଆସୋସିଏସନ୍(PAA),ଅତାବିରା ତରଫ ରୁ ୧୬ତମ ବାର୍ଷିକୋତ୍ସବ ଓ "ନୁଆଁଖାଇ" ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଅତାବିରା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ନୀହାର ରଞ୍ଜନ ମହାନନ୍ଦ ଓ PAA ର ସଭାପତି ସଞ୍ଜୟ ରଥ ଏବଂ ସଂପାଦକ ସୁଦାମ ମିଶ୍ର ଙ୍କ କର କାମଳ ରେ "କୋଶଳଶ୍ରୀ ସମ୍ମାନ"ରେ ସମ୍ବର୍ଦ୍ଧିତ ହୋଇଥିଲା ନିଷ୍ଠା ପରିବାର।ଏହି ସମ୍ମାନ ସମାଜ ସେବା କ୍ଷେତ୍ରରେ ପ୍ରେରଣା ଦେବ ବୋଲି ନିଷ୍ଠା ପରିବାର କହିଛି। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଙ୍କେତ ଆଠଘରା, ହେମାଞ୍ଚଲ ସାହୁ ଓ ନିବାସଶଙ୍କର କରିଥିଲେ ପରବର୍ତ୍ତୀ ଶତପଥୀ ଯୋଗ ଦେଇ ସମ୍ମାନ ଗ୍ରହଣ କରିଥିଲେ। ନାଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବାରୁ ଫଟୋ ଗ୍ରାଫର ଆସୋସିଏସନ୍(PAA) ଅତାବିରା ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ  ଧନ୍ୟବାଦ ଜ୍ଞାପନ କରାଯାଇଛି। ବରଗଡ଼ ରୁ ଭବାନୀ ଙ୍କ ରିପୋର୍ଟ,୧୬/୯/୨୦୨୪----୧୧,୨୦ Sakhigopal News,16/9/2024

Blog Archive

Popular Posts